No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ଭୁବନେଶ୍ୱର :- ‘ମୋ ସ୍କୁଲ ଅଭିଯାନ’ର ୨୧ତମ କାର୍ଯ୍ୟାକାରୀ ପରିଷଦ ବୈଠକ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାର ୩୦ଟି ଜିଲ୍ଲାରେ ଥିବା ୪୬୬୪ଟି ବିଦ୍ୟାଳ ୟର ମୋଟ ୩୨ କୋଟି ୫୪ ଲକ୍ଷ ୨୩ ହଜାର ୫୯୯ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥି ପାଇଁ ବିଗତ ଏକ ମାସ ମଧ୍ୟରେ ପ୍ରାୟ ୭୪ ହଜାର ପୁରାତନ ଛାତ୍ରଛାତ୍ରୀ ୧୦.୮୫ କୋଟି ଅଂଶଦାନ କରିଥିଲେ । ଏହା ମଧ୍ୟରେ ବାଲେଶ୍ୱରରେ ୩.୩୨ କୋଟି, କେଉଁଝରରେ ୧.୯୦ କୋଟି, ଭଦ୍ରକରେ ୭୦.୯୬ ଲକ୍ଷ, ପୁରୀରେ ୪୪.୯୩ ଲକ୍ଷ ଏବଂ ସଞ୍ଚଲ ପୁରରେ ୩୮.୯୧ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀ ମାନେ ପ୍ରଦାନ କରିଛନ୍ତି ।
ବୈଠକରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ ତଦାରଖ ବ୍ୟବସ୍ଥା ଉ ପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଜିଲ୍ଲାସ୍ତରରେ ତଦାରଖ ଦଳ ଗଠନ କରାଯାଇ ବିଦ୍ୟାଳୟ ସ୍ତରରେ ମୋ ସ୍କୁଲ ପ୍ରକଳ୍ପର ତଦାରଖକୁ ତ୍ୱରାନ୍ୱିତ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୮୦୮୩ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଥିବା ବେଳେ ୧୬୨୮ଟି ପ୍ରକଳ୍ପର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ୩.୬୦ ଲକ୍ଷରୁ ଊଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ଅଭିଯାନରେ ସାମିଲ ହୋଇଛନ୍ତି ଏବଂ ରାଜ୍ୟରେ ସମସ୍ତ ଜିଲ୍ଲାର ପ୍ରାୟ ୨୨୦୦୦ ସ୍କୁଲକୁ ‘ମୋ ସ୍କୁଲ’ ଅଭିଯାନରେ ସାମିଲ କରାଯାଇଛି । କରୋନା ସତ୍ତ୍ୱେ ଚଳିତ ବର୍ଷ ଜାନୁଆରୀ ୨୦ ତାରିଖ ସୁଦ୍ଧା ପ୍ରାୟ ୩୦ କୋଟି ଟଙ୍କା ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଂଶଦାନ ହୋଇଛି ।
‘ମୋ ସ୍କୁଲ ଅଭିଯାନ’ ଅଧିନ ରେ ଆର ମ୍ଭ ହୋଇଥିବା ‘ସ୍କୁଲ ଆଡ୍ପସନ୍’ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଏହା ସହ ‘ମୋ ସ୍କୁଲ ’ର ପ୍ରୋଜେକ୍ଟ ମନିଟରିଙ୍ଗ ୟୁନିଟି କୁ ଅଧିକ ସଶକ୍ତ କରି ସ୍କୁଲ ଆଡ ପ୍ସନ୍ ଅଭିଯାନକୁ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରହିଛି ଓ ସେଥିପାଇଁ ସ୍ୱତନ୍ତ୍ର ଟେଲିଫୋନ୍ ନମ୍ଵର ୦୬୭୪ -୨୩୯୩୯୩୩ ଏବଂ ମୋବାଇଲ ନମ୍ଵର – ୯୮୬୧୪୯୦୯୨୯ ର ବ୍ୟବସ୍ଥା କରାଯାଇଛି । ଏହି ବୈଠକ ରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍ଇ ପିଏ, ନିର୍ଦ୍ଦେଶକ, ଟିଇ, ଏସ୍ସିଇଆର୍ଟି, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ ।
No Result
View All Result