No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ଭୁବନେଶ୍ୱର :- ବିଭିନ୍ନ ଜଳସେଚନ ପ୍ରକଳ୍ପ, ଖଣି ପ୍ରକଳ୍ପ ଏବଂ ଶିଳ୍ପ ପ୍ରକଳ୍ପ ଦ୍ୱାରା ବିସ୍ଥା ପିତ ହେଉଥିବା ଜନସାଧାରଣଙ୍କ ସମସ୍ୟା ଅନୁଧ୍ୟାନ ତଥା ସେମାନଙ୍କର ଥଇଥାନ ପାଇଁ ପନ୍ଥା ନିର୍ଦ୍ଧାରଣ କରିବାକୁ ଆଜି ବିଧାନସଭା ଗୃହକମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ବିଧାନସଭା ପ୍ରକୋଷ୍ଠ ୫୪ରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲଶ । ସୁବର୍ଣ୍ଣରେଖା, ରେଙ୍ଗାଳୀ, ଇନ୍ଦ୍ରାବତୀ, ଅପରକୋଲାବ ଜଳସେଚନ ପ୍ରକଳ୍ପ ଏବଂ ସଇଁତଳା ଗୋଳାବାରୁଦ କାରଖାନା ଦ୍ୱାରା ବିସ୍ଥାପିତ ହୋଇଥିବା ଜନସାଧାରଣଙ୍କ ସମସ୍ୟା ସଂପର୍କରେ ଉକ୍ତ ବୈଠକରେ ବିଶେଷ ଆଲୋଚନା ହୋଇଥିଲା ।
ବିଗତ ୧୯ ନଭେମ୍ଵର ୧୯୯୧ରେ ତତ୍କାଳୀନ ଗୃହକମିଟି ଅ ପରକୋଲାବ ଏବଂ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତଙ୍କ ବାସ୍ତବ ସମସ୍ୟା ଉପରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରିଥିଲେ ଏବଂ ପୁନଶ୍ଚ ୧୧ ନଭେମ୍ବର ୧୯୯୨ରେ ରେଙ୍ଗାଲି ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ବିସ୍ଥାପିତଙ୍କ ଉପରେ ରିପୋର୍ଟ ପ୍ରଦାନ କରିଥିଲେ । ୨୦୦୦ ମସିହା ଠାରୁ ଦ୍ୱାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ବିଧାନସଭାରେ ଗୃହକମିଟି ଗଠିତ ହୋଇ ଆସୁଅଛି ଏବଂ ବିସ୍ଥା ପିତଙ୍କ ସମସ୍ୟା ଓ ତା’ର ସମାଧାନରେ ନିରନ୍ତର ଦୃଷ୍ଟି ଦେଇ ଆସିଛି ।
ବିସ୍ଥାପିତଙ୍କ ସମସ୍ୟାର ଆଶୁ ସମାଧାନ ପାଇଁ ସଦସ୍ୟ ମାନେ ଦାବି କରିଥିଲେ । ଉକ୍ତ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ, ବିଧାୟକ ସନ୍ତୋଷ ସିଂ ସାଲୁଜା, ପର୍ଶୁରାମ ଧଡ଼ା, ପ୍ରଶାନ୍ତ ଜଗଦ୍ଦେବ, କିଶୋର କୁମାର ମହାନ୍ତି, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।
No Result
View All Result