ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର )ଭୁବନେଶ୍ୱର :- ଆଜି ପୋଷ୍ୟ ସ୍କୁଲ ଗ୍ରହଣରେ ସାମିଲ ହୋଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ । ଶ୍ରୀ ସାହୁ ଏହା କହିଛନ୍ତି ଯେ ମାନ୍ୟବର “ମୁଖ୍ୟମନ୍ତ୍ରୀ ମୋ ସ୍କୁଲ” ଅଭିଯାନରେ ମୁଁ ନୟାଗଡ଼ ଜିଲ୍ଲାର ୩ଟି ବିଦ୍ୟାଳୟ ଯଥା ମଧ୍ୟଖଣ୍ଡ ହାଇସ୍କୁଲ, କିଶୋର ଚନ୍ଦ୍ର ବିଦ୍ୟାପୀଠ ଓ ରାସଙ୍ଗ ସରକାରୀ ୟୁପି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରିଛି ବୋଲି ସେ ଆଜି କହିଛନ୍ତି । ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡ଼ିଥାଏ ।
ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ । ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗିଦାରୀ ହୋଇପାରିବ । ତାହା ଭିତ୍ତିଭୂମି ବିକାଶ ହେଉ ବା ଶିକ୍ଷାଦାନ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡ଼ିଆ ସାମିଲ ହୋଇ ସେମାନେ ପଢ଼ିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ପୋଷ୍ୟ ସ୍କୁଲ ଗ୍ରହଣରେ ସାମିଲ ହୋଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ । ଶ୍ରୀ ସାହୁ ଏହା କହିଛନ୍ତି ଯେ ମାନ୍ୟବର “ମୁଖ୍ୟମନ୍ତ୍ରୀ ମୋ ସ୍କୁଲ” ଅଭିଯାନରେ ମୁଁ ନୟାଗଡ଼ ଜିଲ୍ଲାର ୩ଟି ବିଦ୍ୟାଳୟ ଯଥା ମଧ୍ୟଖଣ୍ଡ ହାଇସ୍କୁଲ, କିଶୋର ଚନ୍ଦ୍ର ବିଦ୍ୟାପୀଠ ଓ ରାସଙ୍ଗ ସରକାରୀ ୟୁପି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରିଛ ବୋଲି ସେ ଆଜି କହିଛନ୍ତି । ଆଜି ସୁଦ୍ଧା ୫୦ରୁ ଅଧିକ ବ୍ୟକ୍ତି ବିଶେଷ ପୋଷ୍ୟ ସ୍କୁଲ ଗ୍ରହଣ କରିଥିବା ସୂଚନା ମିଳିଛି । ଯେଉଁଥିରେ ମନ୍ତ୍ରୀ, ବିଧାୟକ, ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍, ବିଭିନ୍ନ ପରିଷଦର ଅଧ୍ୟକ୍ଷ ଅଧ୍ୟକ୍ଷା ରହିଛନ୍ତି ।