No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରି ,ବୁଧବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ସରକାରୀ ଓ ସେରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, ସ୍ୱେଛାସେବୀ ଅନୁଷ୍ଠାନ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ୭୨ ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ପ୍ରେସକ୍ଳବ ଓ ଗାୟତ୍ରୀ ପରିବାରର ମିଳିତ ସହଯୋଗରେ ପ୍ରେସକ୍ଳବ ଭବନ ଠାରେ ପ୍ରେସକ୍ଳବ ସମ୍ପାଦକ ଦ୍ୱିତୀକୃଷ୍ଣ ପଣ୍ଡା ପତକା ଉତୋଳନ କରିଥିଲେ । ସାମ୍ବାଦିକ ଶେଷଦେବ ସାହୁ, ବିଶ୍ୱମ୍ବର ସାହୁ, ବିଭୂପ୍ରସାଦ ପଣ୍ଡା, ପ୍ୟାରୀମୋହନ ପାଢି, ଅଶୋକ କୁମାର ମହାନ୍ତି, ସାମ୍ବାଦିକ ଓ ସ୍ଥାନୀୟ ଗାୟତ୍ରୀ ପରିବାରର ସଦସ୍ୟ ମାନେ ଅଂଶ ଗହଣ କରିଥିଲେ । ହିଞ୍ଜିଳି ଥାନାରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନୀ, ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ନମିତା କୁମାରି ପାତ୍ର, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ବସନ୍ତ କୁମାର ପଣ୍ଡା, ପୌରପରିଷଦ କାର୍ଯ୍ୟାଳୟରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ.ମନୋରଂଜନ ସାହୁ, ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ପଂଚାୟତ ସମିତି କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲ କାର୍ଯ୍ୟାଳୟରେ
ତହସିଲଦାର ପ୍ରଭାତ କୁମାର ପରିଡ଼ା, ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲ, ଜେଏମଏଫସି ନ୍ୟାୟଳୟରେ ମାଜିଷ୍ଟେଟ ରାଜଶ୍ରୀ ପଟ୍ଟନାୟକ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା, ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷା ସ୍ୱସ୍ତିକା ପାଢି, ସମନ୍ନିତ ଶିଶୁ ବିକାଶ ପକଳ୍ପ କାର୍ଯ୍ୟାଳୟରେ ସିଡ଼ିପିଓ ଶୁଭଶ୍ରୀ ପାତ୍ର, ପୋଚିଲିମା ଉଚ୍ଚ ବିଦ୍ୟାଳୟ ଓ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରଂପଚ ଭାଣ୍ଡି ରବିନ୍ଦ୍ର, ଦୁର୍ବନ୍ଧ ଗ୍ରାମ ଉନ୍ନତି ପାଠାଗାରରେ ସତ୍ୟ ପଟ୍ଟନାୟକ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢି, ଗଣ୍ଡଳା ପଂଚାୟତ କାର୍ଯ୍ୟାଳୟରେ ସରଂପଚ ଗୌରୀ ସାହୁ ପତକା ଉତୋଳନ କରିଥିଲେ । ଏତଦ୍ ବ୍ୟତିତ ବୁରୁପଡ଼ା ଭଗବତି ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଓଁ ଶ୍ରୀ ଇଂଟର ନ୍ୟାସନାଲ ସ୍କୁଲ, ଧରିତ୍ର ପବ୍ଳିକ ସ୍କୁଲ, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟ, ସିକିରି ବିନାୟକ ପାଠାଗାର, ପୋଡ଼ିଙ୍ଗି ପଲ୍ଳୀ ବିକାଶ କେନ୍ଦ୍ର, ଶ୍ୟାମଳାଇ ଅଟୋ ଏସୋସିଏସନ, ମିନି ଷ୍ଟାଡ଼ିୟମରେ ତ୍ରିରଙ୍ଗା ସେବା ସଙ୍ଘ ପକ୍ଷରୁ ସଭାପତି ରଂଜନ କୁମାର ସାହୁଙ୍କ ନେତୃତ୍ୱରେ ମହା ଆଡ଼ମ୍ବର ସହକାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହ ଗିରିଆ ଗ୍ରାମର ସଫଳ ଚାଷୀ ରମେଶ ଦଳାଇ, ବାଲାଜି ଦଳାଇ, ପୌର ପରିଷଦର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଉଦୟ ନାୟକଙ୍କୁ ସେବା ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result