ଭୁବନେଶ୍ୱର (ଓଡିଶା ତାଜା ନିଉଜ ) ଲୋକସଭା ଭବନ 2020 ଭୁବନେଶ୍ୱର, : – ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାଇକେଲ ଚଢ଼ି ଲୋକସେବା ଭବନକୁ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚର୍ଚ୍ଚାର ପରିସରକୁ ଆସିଥିଲେ । ମନ୍ତ୍ରୀ ଜ୍ୟୋତିପ୍ରକାଶ ସାଇକେଲରେ ଆସିବା ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିଥିଲେ । ସେ କହିଥିଲେ, ସାଇକେଲ ଚଳାଇବାକୁ ସେ ପସନ୍ଦ କରନ୍ତି । ଏହା ଏକ ପ୍ରକାର ବ୍ୟାୟାମ ମଧ୍ୟ । କିନ୍ତୁ ସମୟ ଅଭାବରୁ ସେ ସାଇକେଲ ଚଢ଼ି ପାରୁନାହାନ୍ତି । ବିଧାନସଭା ଅଧିବେଶନରେ ସେ ପ୍ରତ୍ୟେକ ଦିନ ସାଇକେଲରେ ଆସିବାକୁ ଚେଷ୍ଟା କରିବେ ବୋଲି ମନ୍ତ୍ରୀ ଜ୍ୟୋତିପ୍ରକାଶ କହିଥିଲେ ।