କଟକ ଗ୍ରାମାଞ୍ଚଳରେ ସରକାରୀ ଅଧ୍ୟାପକ ଅଧ୍ୟାପିକାଙ୍କ ଘରୋଇ ଟିଉସନ ପ୍ରେମ, ଟିଉସନ ନହେଲେ କଲେଜ ପ୍ରାକ୍ଟିକାଲ ମାର୍କ କମେଇବାକୁ ଦିଆଯାଉଛି ଧମକ,
ମାହାଙ୍ଗା (ଓଡିଶା ତାଜା ନିଉଜ) ମାହାଙ୍ଗା ତା-29-1-2020 :- ରାଜ୍ୟ ଉଚ୍ଚଶିକ୍ଷା ନିର୍ଦେଶକୁ ଫୁ କରୁଛନ୍ତି କଟକ ଗ୍ରାମାଞ୍ଚଳରେ ଥିବା ପ୍ରମୁଖ ସରକାରୀ ସୀକୃତିପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ, ଡବଲ ରୋଜଗାର ନିଶା ଘାରିଛି ସେମାନଙ୍କୁ, ଗୋଟେ ଗୋଟେ ପିଲାଠାରୁ ମାସକୁ ନିଆଯାଉଛି 1000 ଟଙ୍କାରୁ 3000ଟଙ୍କା ପର୍ଯ୍ୟନ୍ତ ମାସିକ ଘରୋଇ ଟିଉସନ ଫି, ଯଦି କେହି ପ୍ରତିବାଦ କରୁଛନ୍ତି କଲେଜ ପ୍ରାକ୍ଟିକାଲ ମାର୍କ କାଟିଦେବାକୁ ଦିଆଯାଉଛି ଧମକ, କଲେଜ ଖୋଲିବାପରେ ଅଧ୍ୟାପକ ଅଧ୍ୟାପିକା ମାନେ ବାୟୋମେଟିକ ସ୍କାନରରେ ଟିପ ଚି଼ହ୍ନ ଦେଇଦେଇ ବାହାରିଯାଉଛନ୍ତି ଘରୋଇ ଟିଉସନ କି କୋଚିଂକୁ, ମାସକୁ ଟିଉସନ ବାବଦରେ କମେଉଛନ୍ତି 30 ରୁ 50ହଜାର ଟଙ୍କା, ଗ୍ରାମାଞ୍ଚଳରେ ଛତୁ ଫୁଟିବା ଭଳି ବେଆଇନି ଘରୋଇ କୋଚିଂ ସେଣ୍ଟର ଖୋଲିଥିବାବେଳେ ସେମାନଙ୍କ ପ୍ରତି ଆଖିବୁଜି ଦେଇଛି ଉଚ୍ଚଶିକ୍ଷା ବିଭାଗ, ବଡ ବଡ ହୋଡିଂ ଲଗାଇ ଟିଉସନ ବାବଦରେ ପ୍ରଚାର ବି କରାଯାଉଛି, ହେଲେ ସବୁ ଜାଣି ପ୍ରଶାସନ ଚୁପ, କିଛି ଦଲାଲ ଙ୍କ ମାଧ୍ୟମରେ ସବୁ ଘରୋଇ ଟିଉସନ ସଂସ୍ଥା ରୁ ମାସିକିଆ ଚାନ୍ଦା ଆଦାୟ ହେଇଯାଉଛି ବଡ଼ବଡ଼ ସରକାରୀ ବାବୁଙ୍କ ପାଖକୁ, ସବୁ ଜଣିକି ଚୁପ ହେଇ ବସୁଛନ୍ତି ସରକାରୀ ବାବୁ ମାନେ, ବିଶେଷ କରି କଟକ ଗ୍ରାମାଞ୍ଚଳର ପ୍ରମୁଖ ବଜାର, ବ୍ଲକ ହେଡକ୍ୱାଟର, କଲେଜ ନିକଟରେ ଶହଶହ ବେଆଇନ ଘରୋଇ କୋଚିଂ ସେଣ୍ଟର ଚାଲୁଥିବାବେଳେ ସରକାରୀ କଲେଜ କତୃପକ୍ଷ ଏହା ଜାଣି ବି ଆଖିବୁଜିଦେଇଛନ୍ତି, ସରକାରୀ ଅଧ୍ୟାପକ ଅଧ୍ୟାପିକା ମାନେ ଜାଣିଶୁଣି କଲେଜରେ ଠିକସେ ପଠା ପଢାଉନାହାନ୍ତି, ଅର୍ଥ ଲୋଭରେ ବାହାର କୋଚିଂ ରେ ଅଧିକସମୟ ଦେଉଥିବା ଦେଖିବାକୁ ମିଳୁଛି, ମାହାଙ୍ଗା ସାଲେପୁର ନେମାଳ ନିଶ୍ଚନ୍ତ କୋଇଲି ଟାଙ୍ଗୀ ଚୌଦ୍ୱାର, ବାଲିଚନ୍ଦ୍ରପୁର, ଚଣ୍ଡିଖୋଲ. ଛତିଆ, ଜଗତପୁର ଆଦି ଅଂଚଳରେ ଶହଶହ ଘରୋଇ ଟିଉସନ ସେଣ୍ଟର ଚାଲୁଥିବା ଦେଖିବାକୁ ମିଳିଛି, ସରକାରଙ୍କ ନୂଆ ନିୟମ ସହରାଞ୍ଚଳରେ କାର୍ଯ୍ୟ କରୁଥିବାବେଳେ ତାହା ଗ୍ରାମାଞ୍ଚଳରେ ଠିକ ରୂପେ କାର୍ଯ୍ୟ କରୁନାହିଁ, ଯାହାଦ୍ୱାରା ଗ୍ରାମାଞ୍ଚଳର ଗରିବ କଲେଜ ଛାତ୍ର ଛାତ୍ରୀ ମାନେ ଘରୋଇ ଟିଉସନ ରେ ଶୋଷଣ ରା ଶିକାର ହେଉଛନ୍ତି, କେବେ ଉଚ୍ଚଶିକ୍ଷାବିଭାଗ ରା ଦୃଷ୍ଟି ଗ୍ରାମାଞ୍ଚଳରେ ପଡୁଛି ତାହା ବାକି ରହିଲା ଦେଖିବାକୁ, କଟକ ଜିଲ୍ଲା ମାହାଙ୍ଗାରୁ – (ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ)