No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :-ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ “ମତଦାତାଙ୍କ ସଂକଳ୍ପ” ପତ୍ରକୁ ଉପସ୍ଥିତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀମାନଙ୍କୁ ପାଠ କରାଇଥିଲେ । ସେହିଭଳି ସେବା ଯୋଜନା

ଅଧିକାରୀଣୀ ଡ.ଭାରତୀ ପାଣିଗ୍ରାହୀ ମଧ୍ୟ ଜାତୀୟ ଭୋଟର ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଯୁବ ରେଡ୍କ୍ରସ୍ ସଂଯୋଜିକା ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର ,ଏଲ୍.ଦୁର୍ଯୋଧନ,ଏଲ୍.ଅଶୋକ ପରିଚାଳନା କରିଥିଲେ । (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result