No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ଫରେଷ୍ଟ ବଙ୍ଗଳା ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୋ ସ୍କୁଲ୍ ଅଭିଯାନ କୁ ଅଧିକ କ୍ରିୟାଶୀଳ କରିବା , ମୌଳିକ ଆବଶ୍ୟକତା ଏବଂ ଶୈକ୍ଷିକ ବାତାବରଣ ଉପରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ।
ଶୈକ୍ଷିକ ବିକାଶ ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି ହେବା ସହ ସର୍ବାଙ୍ଗୀନ ବିକାଶ ଉପରେ ଦଶପଲ୍ଲା ବିଧାୟକ ଗୁରୁତ୍ୱାରୋପ କରିଥିଲେ।ତତ୍ ସହିତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ଦଶପଲ୍ଲା ବିଧାୟକ ।
ଏହି ସମ୍ମିଳନୀ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ। ଶିକ୍ଷା ର ବିକାଶ ଏବଂ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଦଶପଲ୍ଲା ବିଧାୟକ ଙ୍କ ଗୁରୁତ୍ୱାରୋପ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି। (ଦଶପଲ୍ଲା /ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result