No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର )ବଡ଼ଚଣା :- ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀ ଚଣ୍ଡିଖୋଲ ଶ୍ରୀରାମପୁର ନିକଟରେ ଥିବା ଏକ ଟୋଲ୍ ଗେଟ୍ ରେ ଗତ ୨୩ ଜାନୁଆରୀ ୨O୨୧ ରିଖ ଶନିବାର ଅପରାହ୍ନ ଚାରିଟା ସମୟରେ ଏକ ଯୁବତୀ ନୀଳ ରଙ୍ଗର ଜୁପିଟର ସ୍କୁଟିରେ ବାଲିଚନ୍ଦ୍ରପୁରରୁ କାମ ସାରି ଚଣ୍ଡିଖୋଲ ସୁଭଦ୍ରାପୁର ନିଜ ଘରକୁ ଫେରୁଥିବା ସମୟରେ ଶ୍ରୀରାମପୁର ଟୋଲ୍ ଗେଟ୍ ନିକଟରେ ଏକ ଟ୍ରକ୍ ସାମ୍ନାପଟୁ ଧକା ଦେଇଥିଲା । ଘଟଣା ସ୍ଥଳରେ ଉକ୍ତ ଟ୍ରକ୍ ତୀବ୍ର ବେଗରେ ଆସୁଥିବା ବେଳେ ସାମ୍ନାରେ ମଧ୍ୟ୍ ଟ୍ରକ୍ ଛିଡା ହୋଇଥିଲା । ଟ୍ରକ୍ ଟି ତାର ଭାରସାମ୍ୟ ହରାଇ ଯୁବତୀଙ୍କ ସ୍କୁଟି କୁ ଧକା ଦେଇ ଯୁବତୀ ଙ୍କ ଡାହାଣ ଗୋଡ ଓ ଡାହାଣ ହାତ ଉପରେ ଚଢେଇ ଚାଲି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ

ଉଦ୍ଧାର କରି ସଙ୍ଗେ ସଙ୍ଗେ ସ୍ଥାନୀୟ ବଡ଼ଚଣା ମେଡିକାଲ୍ କୁ ପଠେଇ ଦେଇଥିଲେ । ଯୁବତୀଙ୍କୁ ଗୁରୁତର ଦେଖି ସ୍ଥାନୀୟ ବଡ଼ଚଣା ମେଡିକାଲ୍ ରୁ ଡାକ୍ତର ସଙ୍ଗେ ସଙ୍ଗେ କଟକ ବଡ ମେଡିକାଲ୍ କୁ ପଠେଇଦେଇଥିଲେ । ଯୁବତୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କ ଡାହାଣ ଗୋଡ଼ ରେ ୬୫ ଟି ଷ୍ଟିଜ ପଡ଼ିଥିବା ବେଳେ ଯୁବତୀଙ୍କ ଡାହାଣ ହାତ କାମ କରିବ ନାହିଁ ବୋଲି ଡାକ୍ତର ସୂଚନା ଦେଇଥିଲେ । ବର୍ତମାନ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଅର୍ଥ ଅଭାବ ହେତୁ ଅପରେସନ୍ ହେଇପାରି ନାହିଁ ବୋଲି ଘର ଲୋକେ ସୂଚନା ଦେଇଛନ୍ତି । ଏଥି ସହ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଟୋଲ୍ ଗେଟ୍ ନିକଟରେ ଗାଡିର ଭିଡ ରହୁଥୁବା ବେଳେ କିଛି ଗାଡି ମଧ୍ୟ୍ୟ ଠିଆହେଇ ରହୁଛନ୍ତି ଯାହା ଦ୍ୱାରା ରାସ୍ତା ବନ୍ଦ ହେଇଯାଉଛି ଓ ଦୁର୍ଘଟଣା ଘଟୁଛି । ( ରିପୋର୍ଟ – ବିକାଶ ସାହୁ )
No Result
View All Result