No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ କୁରାଳ ହାଇସ୍କୁଲ , କୁରାଳ ର ୧୯୯୦ ମସିହା ମାଟ୍ରିକ ବ୍ୟାଚରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ଏକାଠି ହୋଇଛନ୍ତି । କିଛି ବାଲ୍ୟ ବନ୍ଧୁଙ୍କ ପ୍ରଚେଷ୍ଟାରେ ଏହି ୧୮ତମ ବନ୍ଧୁ ମିଳନ ଉତ୍ସବ ସମ୍ଭବ ହୋଇଛି । ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ । ଓଡ଼ଗାଁ ନିକଟସ୍ଥ ଵୁଢାଵୁଢିଆଣୀ ଡ଼୍ୟାମ ଠାରେ ଏହି ବନ୍ଧୁ ମିଳନ ଆୟୋଜନ କରାଯାଇଥିଲା । ବିଭିନ୍ନ ଦୂରାଦୂରାଞ୍ଚଳ ରୁ ଆସିଥିବା ପୁରାତନ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇ ନିଜ ନିଜ ମଧ୍ୟରେ ସ୍ମୃତି ବାଣ୍ଟିବା ସହ ସେଲଫି ନେଇଥିଲେ ।

ଛାତ୍ରଛାତ୍ରୀ ମାନେ ହଜିଲା ଦିନର ଅତୀତ କୁ ମନେପକାଇବା ସହ ଶ୍ରେଣୀ ଗୃହ ପାଠପଢ଼ା କୁ ମନେପକାଇଥିଲେ । ମହାମାରୀ କରୋନା ସମୟରେ ସାଙ୍ଗ ଅମୂଲ୍ୟ ଦାସଙ୍କୁ ହରାଇଥିବା ବନ୍ଧୁ ମାନେ ଆଜି ତାଙ୍କ ପାଇଁ ପ୍ରଥମରୁ ନିରବ ପ୍ରାର୍ଥନା କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ସମସ୍ତ ଛାତ୍ରଛାତ୍ରୀ ବ୍ୟସ୍ତ ବହୁଳ ଜୀବନ କାଟୁଥିବା ବେଳେ କାହାପାଖରେ ଚିତ୍ତବିନୋଦନ ପାଇଁ ସମୟ ନାହିଁ ।

ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ଆଗ୍ରହ ସହକାରେ ସମସ୍ତ ଛାତ୍ରଛାତ୍ରୀ ଆସିବା ସହ ବନ୍ଧୁ ମିଳନ ର ଭରପୁର ମଜା ନେଇଥିଲେ । ସମସ୍ତେ ସାମୂହିକ ଭାବରେ ଏକତ୍ରିତ ହୋଇ ଭୋଜନ କରିଥିଲେ । ଏବଂ ଆଗାମୀ ଦିନରେ ପ୍ରତି ବର୍ଷ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result