No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ ,ଶନିବାର ) ଢେଙ୍କାନାଳ :- ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ସ୍ବାଧୀନତା ଆନ୍ଦୋଳନରେ ରହିଥିବା ଅବଦାନ ଅତୁଳନୀୟ ଏବଂ ଦେଶ ତାଙ୍କ ନିକଟରେ କୃତଜ୍ଞ ବୋଲି ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ କହିଛନ୍ତି । ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଭାଗିରଥି ସାଗର କୁଳରେ ଥିବା ଶିଶୁ ଉଦ୍ୟାନରେ ଆଜି ନେତାଜୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଏକ ସ୍ମୃତି ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସିଂହଦେଓ ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ରାଷ୍ଟ୍ର ନେତାଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ଆବଶ୍ଯକ ।
ଫୋରମ ପକ୍ଷରୁ ଏହି ମର୍ମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ଯପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ପଠାଇବାକୁ ମତ ଦେଇଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ଜୀବନୀ ଆଲୋଚନା କରିଥିଲେ । ଏହି ଦୁଇ ମହାନ ସଂଗ୍ରମୀ ଯୁଗେଯୁଗେ ଦେଶବାସୀଙ୍କୁ ଦେଶ ପ୍ରେମରେ ଉଦବୁଦ୍ଧ କରିବେ ବୋଲି ସେ କହିଥିଲେ ।
ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଫୋରମର ସଭାପତି ତଥା ବରିଷ୍ଠ ଆଇନଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ସଂପାଦକ ଭରତ କୁମାର ଦାସ, ପଙ୍କଜ କୁମାର ନାୟକ, ଦେବୀ ପ୍ରସାଦ ମିଶ୍ର, ସରୋଜ ଶତପଥି, ଗୁପ୍ତେଶ୍ୱର ମିଶ୍ର, ଅମ୍ବିକା ପ୍ରସାଦ ମିଶ୍ର, ସୁନୀଲ କୁମାର ଦାସ, ଅନୁପମା ସାହୁ, ଶୁଭାଷିନୀ ମହାକୁଡ଼, ଦେବ ସାମନ୍ତ, ସୁରେଶ ଚନ୍ଦ୍ର ପଣିଗ୍ରାହୀ ପ୍ରମୁଖ ବହୁ ବିଶିଷ୍ଟ ନାଗରିକ ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ଜୀବନୀ ଆଲୋଚନା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । (ରିପୋର୍ଟ, ଅମର ରଞ୍ଜନ ଦାସ)
No Result
View All Result