No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ ,ଶନିବାର ) ନୟାଗଡ଼ :- ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (NCC) , ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ , ନୟାଗଡ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଅଛି । ଏଥିରେ ସରକାରଙ୍କ କୋଭିଡ -୧୯ ର ନିୟମାବଳୀ କୁ ପାଳନ କରାଯାଇଥିଲା ।

କାର୍ଯ୍ୟକ୍ରମ ରେ ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଅଧ୍ୟକ୍ଷତା କରିବା ସହ ଯୁବଗୋଷ୍ଠୀଙ୍କୁ ପ୍ରେରଣାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ। ଅଧ୍ୟାପକ ଶ୍ରୀ ସହଦେବ ବେହେରା ନେତାଜୀଙ୍କ ଜୀବନ ସମ୍ପର୍କ ରେ ଆଲୋକପାତ କରିଥିଲେ। କ୍ୟାଡେଟ ଉତ୍କଳପ୍ରଭା କହଁର ଏବଂ କ୍ୟାଡେଟ ସ୍ୱାଗତିକା ଜେନା ପରାକ୍ରମ ଦିବସ ପାଳନର ତାପ୍ତର୍ଯ୍ୟ ଉପସ୍ଥାପନ କରିଥିଲେ ।

ଇତ୍ୟବସରରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରିଥିଲେ। ଶ୍ରୀ କମଲ କୁମାର ବର୍ମା ,NCC ଅଧିକାରୀ ଓ ଶ୍ରୀମତୀ ବିନ୍ଦୁଲତା ଷଣ୍ଢ ,NCC ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷ ରେ କ୍ୟାଡେଟ ଉତ୍କଳପ୍ରଭା କହଁର ଧନ୍ୟବାଦ ଅର୍ପଣ କରିଥିଲେ।(ରିପୋର୍ଟ-ରାମକୃଷ୍ଣ ରଥ, ନୟାଗଡ)
No Result
View All Result