ଭୁବନେଶ୍ୱର (ଓଡିଶା ତାଜା ନିଉଜ) ଭୁବନେଶ୍ୱର 28.1.2020 – ଓଡ଼ିଶା ପୋଲିସର ୩ଟି 5T ଉପକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : (1) – ଭର୍ଚୁଆଲ ପୋଲିସ ଷ୍ଟେସନ । (2) – ମେଡିକୋ ଲିଗାଲ ମତାମତ ବ୍ୟବସ୍ଥା । (3) – ରୋଡ ଆକ୍ସିଡେଣ୍ଟ କେସ୍ ଡକ୍ୟୁମେଣ୍ଟ ମଡ୍ୟୁଲ ଏଣିକି ଭର୍ଚୁଆଲ ପୋଲିସ ଷ୍ଟେସନରେ କରିହେବ ଅଭିଯୋଗ ।
ଅଭିଯୋଗ କରିବା ପାଇଁ ଥାନାକୁ ଆଉ ଦୌଡ଼ିବାକୁ ପଡ଼ିବନି । ଦୁର୍ଘଟଣା ମାମଲାରେ କ୍ଷତିଗ୍ରସ୍ତ ବ୍ୟକ୍ତି ଓ ବୀମା କମ୍ପାନିଙ୍କୁ ଦସ୍ତାବିଜ ପ୍ରଦାନ ଅନଲାଇନ୍ରେ ଦସ୍ତାବିଜ ପ୍ରାପ୍ତ କରିବାକୁ ବୀମା କମ୍ପାନିଙ୍କୁ ସହାୟତା କରିବ, ଦୁର୍ଘଟଣା ମାମଲାରେ ବୀମା କମ୍ପାନି ଓ ବ୍ୟକ୍ତି ଦସ୍ତାବିଜ ପ୍ରାପ୍ତ କରିପାରିବେ । ପୋଲିସର ନୂଆ ପଦକ୍ଷେପକୁ 5T ସଚିବ ଭି.କେ ପାଣ୍ଡିଆନଙ୍କ ପ୍ରଶଂସା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମଧ୍ୟ ପୁଲିସ ର କାର୍ଯ୍ୟକୁ ତାରିଫ କରିଥିଲେ ପୁଲିସ ଡିଜି ଶ୍ରୀ ଅଭୟ ଶୁଭାରମ୍ଭ ତିନି ପ୍ରକଳ୍ପ ର କାର୍ଯ୍ୟ କାରିତା କୁ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ , ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।