No Result
View All Result
ଓଡିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ ,ଶନିବାର )ହିଞ୍ଜିଳିକାଟୁ :- ରାଜ୍ୟ ସରକାର ଙ୍କ ସଶକ୍ତ ତଥା ସ୍ୱତନ୍ତ୍ର ପ୍ରାଶାସନିକ ବିଭାଗ ୫ଟିର ପରିସର ଭୁକ୍ତ ହୋଇଛି ରାଜସ୍ୱ ବିଭାଗ । ଗ୍ରାମାଂଚଳ ଅଧିବାସୀଙ୍କ ଦ୍ୱାରରେ ଓ ହାତପାହାନ୍ତାରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ପ୍ରଶାସନ ପକ୍ଷରୁ ପଂଚାୟତ ସ୍ତରରେ ଆରମ୍ଭ ହୋଇଛି ଜନ ମଙ୍ଗଳ କାର୍ଯ୍ୟକ୍ରମ ମୋ ଗାଁ’ ରେ ତହସିଲ କାର୍ଯ୍ୟକ୍ରମ । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପ୍ରତିହିତ ହେବା ପରେ ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ପକ୍ଷରୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଛି ଏହି କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ତହସିଲ ପୋଚିଲିମା ରାଜସ୍ୱ ଗ୍ରାମରେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରଂପଚ ଭାଣ୍ଡି ରବିନ୍ଦ୍ର, ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ ମଂଚାସୀନ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ୬ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା, ୩ ହିତାଧିକାରୀଙ୍କୁ ବିବଧ ପ୍ରମାଣପତ, ୭ ଜଣଙ୍କୁ ଇ- ପାଉତି ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ୱ ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ବ୍ରହ୍ମା ପରିଚାଳନା କରିଥିବା ବେଳେ ସୁପରଭାଇଜର ଜୋର୍ତିମୟ ଚନ୍ଦ୍ର, ଗୌରୀ ଶଙ୍କର ସାହୁ, ସହକାରୀ ରାଜସ୍ୱ ନିରୀକ୍ଷକ ରଶ୍ମିତା ସାହୁ, ଅମିନ ନିରଂଜନ ସାହୁ, ସୁନିତା କୁମାରୀ ସାହୁ, ରଶ୍ମିତା ମଲ୍ଲିକ, ସୁଦାମ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ – ସୁଶାନ୍ତ ପ୍ରଧାନ )
No Result
View All Result