No Result
View All Result

ଓଡିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ,ଶନିବାର )କଟକ/ଭୁବନେଶ୍ୱର :- କଟକ -ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଫୁଲନଖରା ଛକଠାରେ ଶନିବାର ଦିନ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା । ସକାଳ ଆଠଟା ରେ, କଟକ ସଦର ସ୍ୱାଭିମାନ ମଞ୍ଚ ଏବଂ ଫୁଲନଖରା ସକାଳ ଚା ଖଟିର ସଦସ୍ୟମାନେ ଏକତ୍ରିତ ହୋଇ ନେତାଜୀଙ୍କ ମୂର୍ତ୍ତିରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କଟକ ସଦର ସ୍ୱାଭିମାନ ମଞ୍ଚର ସଭାପତି ସ୍ୱାଧୀନଚେତା ମହାନ୍ତି, କଟକ ନଗର କଂଗ୍ରେସ କମିଟିର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ମହାନ୍ତି, କାନନବିହାରୀ ନାୟକ, ବଟକୃଷ୍ଣ ବେହେରା,

ଗଗନ ବିହାରୀ ପାଢ଼ୀ, ମୂକ୍ତିକାନ୍ତ ମହାପାତ୍ର, ଟୁନା ଜେନା, ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )

No Result
View All Result