No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜାନୁଆରି ୨୦୨୧, ଶୁକ୍ରବାର ) କଟକ :- ପ୍ରଭୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ୪୨ମୌଜା ଉପକଣ୍ଠ ବ୍ରହ୍ମପୁର ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ ଜାରି ରହିଛି। ଏହି ମହାଅଭିଯାନରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସାମାଜିକ ସମରସତା ପ୍ରମୁଖ ମାନନୀୟ ସତ୍ୟନାରାୟଣ ମିଶ୍ରଙ୍କ ମାର୍ଗଦର୍ଶନରେ ଶ୍ରୀମତୀ ସବିତାରାଣୀ ଦାଶ,ସର୍ବ ଶ୍ରୀମାନ୍ ଭବାନୀଶଙ୍କର କର,ରାକେଶ ମୁଦୂଲୀ,ଶଙ୍କର ବେହେରା,ସ୍ବାଧୀନ ଦେବତା,
ଉମାକାନ୍ତ ପୂଜାରୀ, ଅମରେନ୍ଦ୍ର ଦାଶ ଅଂଶ ଗ୍ରହଣ ଦେଇଥିଲେ,ଇତ୍ୟାବସରରେ ଗ୍ରାମବାସୀ ମାନଙ୍କ ସହ ନିଖିଳ ଉତ୍କଳ ଯାଦବ ମହାସଭା କାର୍ଯ୍ୟକାରୀ ସଭାପତି ସୁବାସ ବେହେରା ଦାନରାଶି ଦେବା ସହ ଏହି ରାଷ୍ଟ୍ରଯଜ୍ଞରେ ଯୋଗଦାନ ଦେଇଥିବା ଶ୍ରଦ୍ଧାଳୁ ମାନଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ମନ୍ଦିର ନିର୍ମାଣ ଅଭିଯାନ ପାଇଁ ଜନସାଧାରଣଙ୍କର ଅଭୂତପୂର୍ବ ଉତ୍ସାହ ଓ ସହଯୋଗ ପରିଲକ୍ଷିତ ହେଉଥିବାର ଲକ୍ଷ୍ୟ କରାଯାଉଛି ।
No Result
View All Result