No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜାନୁଆରି ୨୦୨୧, ଶୁକ୍ରବାର )ରାୟଗଡ :- ଗଜପତି ଜିଲା ରାୟଗଡ ଠାରେ ଥିବା କିଛି ନିରୀହ ଗରିବ ମାନସିକ ବିକୃତ ବିକ୍ଷୁକ ମାନେ ଏହି ଶୀତ କାକର ରେ ରାସ୍ତା କଡରେ ଥଣ୍ଡାରେ ଶୋଉ ଥିବା ଦେଖି ରାୟଗଡ ର ଜୁବ ସାମ୍ବାଦିକ ଏନୋସ୍ ସ୍ୱାଲସିଂ ଇଣ୍ଡିଆ ଭିଉ ମିନିସଟ୍ରୀ ର କର୍ମକର୍ତ୍ତା ତଥା ରାୟଗଡ ଗ୍ରାମର ବିରାଜ୍ ଆନ୍ଦ୍ରପଙ୍କ ସହ ଆଲୋଚନା କରିଥିଲେ ଏଥିରେ ସେମାନଙ୍କ ସମସ୍ୟାକୁ

ହୃଦୟଙ୍ଗମ କରି ସେମାନଙ୍କ ନିମନ୍ତେ କାମଳ ର ବ୍ୟବସ୍ଥା କରିଥିଲେ । ଉକ୍ତ କମଳ ଗୁଡିକୁ ଆଜି ରାୟଗଡ ସମାଜସେବୀ ଲୁଲୁ ଭାଇ, ବିଜିତ୍ ସାମଲ, ଆଶୟ ସ୍ୱାଲସିଂ,ଶୁଭମ୍ ମିଶାଲ, ଶିବା ଅଂଦ୍ରାପ୍ ପ୍ରମୁଖ ଯୁବା ମାନଙ୍କ ସହାୟତାରେ କମଳ ଗୁଡିକୁ ବଣ୍ଟା ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହିପରି ନିସ୍ବେସିତ ଲୋକ ମାନଙ୍କ ନିମନ୍ତେ ଅନେକଙ୍କୁ ଆଗକୁ ଆସି ସାହାଯ୍ୟର ହାତ ବଢ଼ିବାକୁ ଜୁବ ସାମ୍ବାଦିକ ଅନୁରୋଧ କରିଛନ୍ତି । (ରାୟଗଡ ଗଜପତି ସଞ୍ଜୀବ କୁମାର ପାଣି )
No Result
View All Result