No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର ) କୋରାଇ :- କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର କୋଭିଡ୍-୧୯ ଟିକାକରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ୧୬୯ଜଣଙ୍କୁ କୋଭିଡ (ଭ୍ୟାକସିନ) ଟିକା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ହିମାଂଶୁ କୁମାରଙ୍କ ପ୍ରତ୍ୟେକ୍ଷ ତ୍ୱାବଧନାରେ ପରିଚାଳିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା ଓ ସ୧ାନ୍ନିତ ଅତିଥିଭାବେ କୋରାଇ ଥାନା ଅଧିକାରୀ ରଞ୍ଜିତ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ମନୋରଞ୍ଜନ ଗୋଚ୍ଛାୟତଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ପରେ ୧୬୯ଜଣ ସ୍ୱାସ୍ଥକର୍ମୀ ଟିକା ନେଇଥିଲେ । ଟିକା ନେଇଥିବା ବ୍ୟକ୍ତିଙ୍କୁ ୩୦ମିନିଟ ଯାଏ ସ୍ୱାସ୍ଥ୍ୟକେନ୍ଦ୍ରରେ ନିରୀକ୍ଷଣରେ ରଖାଯାଇଥିଲା ।

ଟିକା ନେବାପରେ କୌଣସି ବ୍ୟକ୍ତିଙ୍କ ଠାରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଇ ନଥିବା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ଟିକାକରଣ କାର୍ଯ୍ୟାକ୍ରମ ଆଜି ଠାରୁ ଆରମ୍ଭ ହୋଇ ୨୨ ଓ ୨୫ତାରିଖ ୩ଦିନ ଧିରି ଚାଲିବ ଓ ଏଥିରେ ୨୮୫ଜଣଙ୍କୁ ଟିକାଦେବାର ଯୋଜନା ରହିଛି । ଆଜିର ଏହି ଟିକାକରଣ କାର୍ଯ୍ୟକ୍ରମରେ ସିଡିପିଓ ସଙ୍କୁନ୍ତଳା ନାୟକ, ବିଏମଓ ପ୍ରଦୀପ୍ତକୁମାର ସାହୁ, ଭିବିଡି ସୁନିଲ ମହାନ୍ତ, ବିଡିଏମ ପ୍ରଶାନ୍ତକୁମାର ରାଉତ, ବିଏଏମ ପ୍ରତାପ ପୃଷ୍ଟି, ପିଏଚଇଓ ଆରତୀ ପଣ୍ଡା, ଡାକ୍ତର ରୁନାକ ଅଲ୍ଲୀ, ଜିତେନ୍ଦ୍ର ଖଣ୍ଡାଇ, ଧର୍ମେନ୍ଦ୍ର ଓଝା, ଷ୍ଟାଫନର୍ସ ସସ୍ମିତା ମଲ୍ଲିକ, ସ୍ୱାଗତିକା ଦାଶ, ମଦନ ପଣ୍ଡା, ଜତିନ୍ଦ୍ରନାଥ ପଣ୍ଡା, କାଜଲ ସାହୁ, ସଇଫ୍ ଜୁଲ୍ ଫିକର, ଚାରୁସ୍ମିତା ସ୍ୱାଇଁ ପ୍ରମୁଖ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result