No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଜାନୁଆରୀ ଗୁରୁବାର ) ରଣପୁର :- ମୋଗଲର ଆକ୍ରମଣକାରି ବାବର ଭାରତ ଆସିଥିବା ବେଳେ ଭାରତର ଅନେକ ସ୍ଥାନ ଖାଲି ଥିଲା କିନ୍ତୁ ସେ ତାଙ୍କ ଇଚ୍ଛାରେ ଯେଉଁଠି ଭଗବାନ ଶ୍ରୀ ରାମ , ଶିବ ବିଶ୍ଵନାଥ ଏବଂ ମଥୁରା ରେ କୃଷ୍ଣ ମନ୍ଦିର ଏହି ତିନୋଟି ଯାଗା କୁ ଭାଙ୍ଗି ସେଠାରେ ମସଜିଦ ନିର୍ମାଣ କରିଥିଲେ । ଅନେକ ଯାଗା ଖାଲି ଥିଲା ବେଳେ ଯେଉଁଠାରେ ହିନ୍ଦୁ ମାନଙ୍କ ର ସର୍ବ ପ୍ରଥମ ଦେବତା ମାନେ ଉପସ୍ଥିତ ଥିଲେ ତାକୁ ଭାଙ୍ଗି ମସଜିଦ କରିବାର କୌଣସି ଆବଶ୍ୟକତା ନଥିଲା କିନ୍ତୁ ତାହା ହେଲା । ଭାରତ ସ୍ବାଧିନତା ହେଲା ପରେ ଦେଶର ପିତା ମହାତ୍ମା ଗାନ୍ଧୀ ରଘୁପତି ରାଘବ ରାଜାରାମ୍ , ପତିତ ପାବନ ସୀତା ରାମ , ଈଶ୍ୱର ଆଲ୍ଲା ତେରେ ନାମ୍ , ସବକୋ ସନମତି ଦେ ଭଗବାନ ଅର୍ଥାତ ହିନ୍ଦୁ ଓ ମୁସଲମାନ ଙ୍କୁ ମିସାଇବା ପାଈଁ ଏହା ତାଙ୍କର ବାର୍ତ୍ତା ଥିଲା । ଯେଉଁଥିରେ ସମସ୍ତେ ଲଢିଲେ କିନ୍ତୁ ଜିତିବା ପରେ ଭାରତ ସ୍ବାଧିନତା ହେଲା । ପରେ 1947 ମସିହାରେ ମୁସଲମାନ୍ ଭାଇ ମାନେ ତାଙ୍କ ଅଂଶ ନେଲେ ।
ତାହା ହେଲା ପାକିସ୍ତାନ । ପରବର୍ତ୍ତୀ କାଳରେ 1971 ମସିହାରେ ପାକିସ୍ତାନ ଡିଭିଜନ ହେଲା ଏବଂ ସେଥିରୁ ବଙ୍ଗଲାଦେଶ ଜନ୍ମ ନେଲା । ଏ ସମସ୍ତ କଥା ସରିଗଲା ପରେ ଭଗବାନ ରାମ ଙ୍କ ମନ୍ଦିର ତିଆରି ହେବା ପାଈଁ ଯଥା ସ୍ଥାନ ରେ “ବିଶ୍ଵ ହିନ୍ଦୁ ପରିଷଦ” ଏହି କାର୍ଯ୍ୟ ହାତକୁ ନେଲା ସେହିଠାରେ 1990 ମସିହାରେ ପ୍ରଥମ କର ସେବା ହେଲା । ସେହି କର ସେବାରେ ଆମ ଅଞ୍ଚଳ ର ସୁରେଶ ମିଶ୍ର ବର୍ତ୍ତମାନ ଆଡ଼ଭୋକେଟ ପୂର୍ବତନ ସମିତିସଭ୍ୟ ରଣପୁର , କର ସେବାରେ ଯାଇଥିଲେ । କିନ୍ତୁ ସେତେବେଳେ ନୟାଗଡ଼ ଜିଲ୍ଲାରେ କୌଣସି ବ୍ୟକ୍ତି ଭଗବାନ ରାମ ଙ୍କ କରସେବା ରେ ଯାଇନଥିଲେ । ଆଜି ସେହି ଅବସ୍ଥାରେ ବିଶ୍ଵ ହିନ୍ଦୁ ପରିଷଦ ଅର୍ଥାତ ବିଜେପି ନୁହେଁ ଏହା ଏକ ହିନ୍ଦୁ ସଙ୍ଗଠନ । ବର୍ତ୍ତମାନ ଶ୍ରୀମତି ସୁରମାପାଢ଼ୀ ପୂର୍ବତନ ମନ୍ତ୍ରୀ ତଥା ରଣପୁର ର ବିଧାୟିକା ସେ ସମୟରେ ଏଠି ନଥିଲେ ।
କିନ୍ତୁ ସେ 2000 ମସିହା ରେ ପୂର୍ବତ୍ତନ ବିଧାୟିକା ସୁରମା ପାଢ଼ୀ ରଣପୁର ରେ ବିଜେପି ତରଫରୁ ଇଲେକ୍ସନ ଲଢି ବହୁ ଭୋଟରେ ହାରିଥିଲେ । ତା ପରେ 2004 ରୁ 2009 ସେ ବିଜେଡ଼ି/ବିଜେପି ତରଫରୁ ରଣପୁର ନିର୍ବାଚନ ମଣ୍ଡଳୀରେ ସୁରମା ମିଳିତ ସରକାର ରେ ବିଧାୟିକା ଥିଲେ ଏବଂ ମନ୍ତ୍ରୀ ବି ହୋଇଥିଲେ । ପରବର୍ତ୍ତୀ କାଳରେ ବିଜେପି,ବିଜେଡ଼ି ଅଲଗା ହୋଇଗଲେ । ସୁରମା 2009 ରୁ 2014 ବିଜେପି ବିଜେଡି ଲଢେଇ ରେ ବିଜେଡ଼ି ରୁ ବର୍ତ୍ତମାନ ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ 2009 ରେ ରଣପୁର ରେ ବିଧାୟକ ପଦ ରେ ବିଜୟ ଲାଭ କରିଥିଲେ । ପରବର୍ତ୍ତୀ ସୁରମା 2014 ରୁ 2019 ବିଜେପି ରୁ ରଣପୁର ନିର୍ବାଚନ ମଣ୍ଡଳୀରେ ଅବତରଣ କରିଥିଲେ । ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ରବିନାରାୟଣ ମହାପାତ୍ର ଅବତରଣ କଲେ । ବିଜେଡି, ବିଜେପି , କଂଗ୍ରେସ ଓ ସିପିଆଇଏମ୍ ଇଲେକ୍ସନ ଲଢେଇ ଭିତରେ ଜିତି ଥିଲେ ରବିନାରାୟଣ ମହାପାତ୍ର ।
ରଣପୁରରେ ବିଜେଡି ର ବିଜୟ ବାନା ଉଡେଇ ଥିଲେ ରବି । ରଣପୁରରୁ ସୁରମା 2014 ରୁ 2019 ପରାଜିତ ହୋଇଥିଲେ । ଏହି ପରିପ୍ରେକ୍ଷୀ ରେ ଯେଉଁ ସମୟରେ 2019 ରୁ 2024 ପୁନର୍ବାର ସୁରମା ବିଜେପିରୁ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ ସେହି ସମୟରେ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ର ପ୍ରାର୍ଥୀ ଭାବେ ସତ୍ୟ ନାରାୟଣ ପ୍ରଧାନ ଙ୍କ ନାମ ଘୋଷଣା କରାଯାଇଥିଲା ସତ୍ୟ ନାରାୟଣ ପ୍ରଧା ଇଲେକ୍ସନ ଲଢ଼ାଇ ରେ ବିଜେପି ର ସୁରମା ପାଢ଼ୀ ଙ୍କୁ ବିଜେଡି ର ସତ୍ୟ ନାରାୟଣ ପ୍ରଧାନ ବହୁ କମ୍ ଭୋଟ ରେ ପରାଜିତ କରିଥିଲେ ଓ ରଣପୁର ରେ ବିଜେଡି ର ବିଜୟ ବାନା 2019ରେ ଉଡ଼ାଇଥିଲେ ରଣପୁର ରେ ଲଗାତାର ସୁରମା ଚାରି ଚାରି ଥର ହାରି ଆସୁଥିବାରୁ ଏବେ ରଣପୁର ରେ ଚର୍ଚ୍ଚା ରେ ଆସିଛନ୍ତି ସୁରମା । କିଛି ପୁରୁଣା କର୍ମୀ ସୁରମା ଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଚାନ୍ଦପୁର କନ୍ଧନୟାଗଡ ଠାରେ ବୈଠକ କରିଥିଲେ । ସେହି ବୈଠକ ରେ ରଣପୁର ନିର୍ବାଚନ ମଣ୍ଡଳୀର ବରିଷ୍ଟ ନେତା ମାନଙ୍କ ମନରେ ସୁରମା ଙ୍କ ପ୍ରତି ଅସନ୍ତୁଷ୍ଟ ଦେଖିବାକୁ ମିଳିଥିଲା ଓ ଭାଷଣ ମାଧ୍ୟମରେ କହିଥିଲେ ।
ଏଠାରେ ବିଜେପି ର ପ୍ରମୁଖ ନେତାଙ୍କର ପରିବର୍ତ୍ତନ ହେବା ଦରକାର ଯାହା ଫଳରେ ବ୍ୟାନର ପୋଷ୍ଟର ରେ ସୁରମା ପାଢ଼ୀଙ୍କର ଫଟୋ ଚିତ୍ର ନଥିଲା ସମସ୍ତ କର୍ମୀ ଙ୍କ ମନରେ ଗୁଞ୍ଜରଣ ହେଉଥିଲା ଏଥର ‘ସୁରମା ହଟାଅ ବିଜେପି ବଞ୍ଚାଅ’ । ଏହି ସମୟରେ ସୁରମା ହଟାଅ ସ୍ଲୋଗାନ ଶୁଣିବାକୁ ମିଳୁଥିବା ବେଳେ ସେ ରଣପୁର ରେ ଭଗବାନ ଶ୍ରୀ ରାମ ଙ୍କ ପାଈଁ ଭିକ୍ଷା କରିବା ଏବଂ ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଆର୍ଥିକ ସହାୟତା ରାଶି ସଂଗ୍ରହ କରିବା ପାଇଁ ନିବେଦନ କରୁଥିବାର ଦେଖିବାକୁ ମିଳିଥିଲା l ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ ସହିତ କିଛି ଆର୍ଥିକ ସହାୟତା ଜନସାଧାରଣମାନେ ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି l ପୂରାତନ କାର୍ଯ୍ୟକର୍ତ୍ତା ମାନେ ସାଙ୍ଗରେ ନଥିବା ଦେଖି ରଣପୁର ରେ ସାଧାରଣରେ ଆଲୋଚନା ଓ ରାଜନୀତି ମହଲରେ ଚର୍ଚ୍ଚା ହେଉଅଛି l
No Result
View All Result