No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର )ବଡ଼ଚଣା :- ଗତବର୍ଷ ” ନଭେମ୍ବର ୧୪ ” ୨୦୧୯” ରେ ମୋ ବଡ଼ଚଣା ଟିମ୍ ତରଫରୁ ଶିଶୁ ଦିବସ ଅବସରରେ ସମାଜ ସେବିକା ତଥା ବିଜୁ ଜନତା ଦଳ ର ସାଧାରଣ ସମ୍ପାଦିକା “ଶ୍ରୀମତୀ ମନୋରମା ଆଚାର୍ଯ୍ୟଙ୍କ” ସଭାପତିତ୍ୱ ଦ୍ୱାରା ପ୍ରଥମ ବର୍ଷ “ମୋ ବଡ଼ଚଣା ମିନିମାରାଥନ” ଆୟୋଜିତ କରି ବହୁତ ସୁନାମ ଅର୍ଜନ କରିଥିଲେ “ମୋ ବଡ଼ଚଣା ଟିମ୍” । ହେଲେ ଗତ ବର୍ଷ ୨୦୨୦ ରେ ହେବାକୁ ଥିବା ମୋ ବଡ଼ଚଣା ମିନିମାରାଥନକୁ ବନ୍ଦ କରାଯାଇଥିଲା ।

ବିଶ୍ୱ ମହାମାରୀ କୋରନା ତାର କାୟା ବିସ୍ତାର କରିଥିବାରୁ ରାଜ୍ୟ ସରକାର ନେଇଥିବା ନିଷ୍ପତି ଓ କୋଭିଡ୍19 କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମିନିମାରାଥନ୍ କୁ ବନ୍ଦ କରିବା ପାଇଁ ସଭାପତି ଶ୍ରୀମତୀ ଆଚାର୍ଯ୍ୟ ଙ୍କ ସହ ସମସ୍ତ ଟିମ ମେମ୍ବର ନିଷ୍ପତି ନେଇଥିବା ବେଳେ ସମସ୍ତଙ୍କୁ ମୋ ବଡ଼ଚଣା ଟିମ୍ ସଭାପତି ଶ୍ରୀମତୀ ମନୋରମା ଆଚାର୍ଯ୍ୟ ସମସ୍ତ ଟିମ୍ ମେମ୍ବରଙ୍କୁ ଆସନ୍ତା ବର୍ଷ କୋଭିଡ୍19 ର ସୁଧାର ହେଇଥିଲେ ପୁଣି ଆରମ୍ଭ କରିବା ପାଇଁ ପ୍ରତିଶୃତି ଦେବା ସହ ମହାମାରୀ କୋରୋନା ରେ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ନିୟମ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ( ରିପୋର୍ଟ – ବିକାଶ ସାହୁ )
No Result
View All Result