No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡିଆ ଗ୍ରାମର ପୂର୍ବତନ ୱାର୍ଡସଭ୍ୟ, ବିଶିଷ୍ଟ ବ୍ୟବସାୟୀ ତଥା ତ୍ରିକୋଣି ଛକସ୍ଥିତ ତୈଲୋକେଶ୍ୱର ମନ୍ଦିରର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିସହିତ ତାଙ୍କ ସ୍ମୃତିରେ ଅହରାତ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ଅପରାହ୍ଣରେ ନାମଯଜ୍ଞର କଳସ ସ୍ଥାପନ କରାଯାଇଥିଲା ।

ପରେ ସନ୍ଧ୍ୟାରେ ଗ୍ରାମବାସୀ ଓ ମନ୍ଦିର କମିଟି ପକ୍ଷରୁ ସ୍ୱର୍ଗତ ମଲ୍ଲିକଙ୍କ ବାସଭବନ ପରିସରରେ ଅଧ୍ୟାପକ ମଳୟକୁମାର ମଲ୍ଲିକଙ୍କ ସଂଚାଳନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିଭାବେ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ ଯୋଗଦେଇ କୃ୩⁄୪ବାବୁ ଜଣେ କର୍ତବ୍ୟନିଷ୍ଠ, ପରୋପକରୀ, ଆଧ୍ୟାତ୍ମିକବାଦୀ ଓ ସଂସ୍କୃତିପ୍ରେମି ମଣିଷ ଥିଲେ ବୋଲି ସ୍ମୃତିଚାରଣ ପୂବକ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ସଭାନେତ୍ରୀ ବନ୍ଦିତା ପରିଡା, ପୂର୍ବତନ ପିସିସି ସଂପାଦକ ସୁଧାନିଧି ମହାପାତ୍ର, ପୂର୍ବତନ ଜିଲାପରିଷଦ ସଭ୍ୟ ରହେ କୃଷ୍ଣ ସାହୁ, ବ୍ୟାସନଗର ପୌରପରିଷଦର ପ୍ରାକ୍ତନ ଉପନଗରପାଳ ହୃଦାନନ୍ଦ ସାମଲ, ସ୍ଥାନୀୟ ସରପଂଚ ସସ୍ମିତା ତରେଇ, ପ୍ରାଧ୍ୟାପକ ଅମିତାଭ ପ୍ରିୟଦର୍ଶନ ଖୁଂଟିଆ, ସମବାୟବିତ ରାଜେନ୍ଦ୍ରକୂୁମାର ରାଉତରାୟ, ପୂର୍ବତନ ସରପଂଚ ରାମଚନ୍ଦ୍ର ଭଞ୍ଜ, ମାଧବଚନ୍ଦ୍ର ବେହେରା, ମାନରଞ୍ଜନ ମହାନ୍ତି, ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ନିରଞ୍ଜନ ମଲ୍ଲିକ, ଭଗତସିଂହ ଯୁବକ ସଂଘର ଉପଦେଷ୍ଠା ନାରାୟଣ ନାୟକ, ଆଦିତ୍ୟନାରାୟଣ ଘଡାଇ, ମାର୍କଣ୍ଡ ମିଶ୍ର, ଗଜେନ୍ଦ୍ର କର, ଉମାକାନ୍ତ ମଲ୍ଲିକ, ପୂର୍ବତନ ମଣ୍ଡଳସଭାପତି ପ୍ରଶାନ୍ତକୁମାର ମଲ୍ଲିକ, ସାବିତ୍ରୀ ସାମଲ, ନିରୂପମ ବେହେରା, ସୁପ୍ରଭା ମହାନ୍ତି, ସୁରେଖା ଘଡାଇ,

ବାଉରୀବନ୍ଧୁ ଜେନା, ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ସେଠୀ ପ୍ରମୁଖ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ରାଜନେତା, ପ୍ରଶଂସକ, ମନ୍ଦିର କମିଟି କର୍ମକର୍ତା ଓ ସଦସ୍ୟ, ଗ୍ରାମବାସୀ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ ମଲ୍ଲିକଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତାଙ୍କ ପୁଅ ରମାକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ବୁଧବାର ଅପରାହ୍ଣରେ ନାମଯଜ୍ଞର ନଗର ଭ୍ରମଣ ଓ ଦଧିହାଣ୍ଡି ଭଞ୍ଜନ ଅନୁଷ୍ଠିତ ହୋଇଥିଲା (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result