No Result
View All Result
ହୋ ହାଲ୍ଲାରେ ଶେଷ ହେଲା ବ୍ଲକ୍ ଫାଟକରେ ତାଲା,ସାଧାରଣ ଲୋକଙ୍କୁ କାର୍ଯ୍ୟାଳୟ ବନ୍ଦ, ଗଣମାଧ୍ୟମକୁ ବି ବାରଣ. ସହାୟକ ଜିଲାପାଳ ଆସି ଖୋଲିଲେ ତାଲା, ପୁଲିସ୍ ଛାଉଣିରେ ହେଲା ବୈଠକ
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) କୋରାଇ :- ଭୟଭୀତ କୋରାଇ ବ୍ଲକ ପ୍ରଶାସନ । ବାରମ୍ବାର ସମିତି ସଭ୍ୟ/ସଭ୍ୟାଙ୍କ ଦାବି ଫଳରେ ଦୀର୍ଘ ୨ ବର୍ଷ ୮ ମାସ ଅର୍ଥାତ ୩୨ମାସ ପରେ ପଂଚାୟତ ସମିତି ବୈଠକ ହେଲା ପୁଲିସ ଛାଉଣୀରେ । ବ୍ଲକର ପ୍ରଶାସନର ଛାନିଆ ଦେଖି ସାଧାରଣରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ସତେ ଯେମିତି ବ୍ଲକ ପରିସରରେ୧୪୪ ଧାରା ଲାଗୁ ହୋଇଛି ା ତଥାପି ବୈଠକ ଆରମ୍ଭରୁ ବିବାଦ ଓ ହ…ଗୋଳ ମଧ୍ୟରେ କୋରାଇ ପଂଚାୟତ ସମିତିର ୬ଷ୍ଠ ବୈଠକ ପଂଚାୟତ ସମିତି ସଭା ଗୃହରେ ବ୍ଲକ୍ ଅଧ୍ୟକ୍ଷା ମାଳତୀ ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବାକୁ ବ୍ଲକ୍ ପ୍ରଶାସନ ଭୁଲିଯାଇଥିବାକୁ ନେଇ ହ…ଗୋଳ ହୋଇଥିଲା । ହେଲେ ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବାକୁ ବିଡିଓ ସ୍ୱେତୀ ସ୍ନିଗ୍ଧା ବନ୍ଦ କରିଥିଲେ ।
ଏପରିକି ସଭାଗୃହରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକର ମୁଖ୍ୟ ଫାଟକୁ ତାଲା ପକାଇ ବନ୍ଦ କରିଥିଲେ । ଏପରିକି ପାଖାପାଖି ୨ ପ୍ଲାଟୁନ୍ ପୋଲିସ୍ ମଧ୍ୟ ମୃତୟନ ହୋଇଥିଲେ । ଫଳରେ କୈଣସି ସାଧାରଣ ଲୋକମଧ୍ୟ ବ୍ଲକକୁ ଯାଇପାରିନଥିଲେ । ଏନେଇ ଜିଲ୍ଲାପାଳଙ୍କ କାର୍ଯାଳୟକୁ ସୂଚନା ଦେବାପରେ ସହାୟକ ଜିଲ୍ଲାପାଳ ସଚିନ୍ ପାୱାର ଆସି ବିଡିଓ ଶ୍ରୀମତୀ ସ୍ନିଗ୍ଧାଙ୍କ ଉପରେ ବିଗିଡ଼ିବା ସହ ଫାଟକ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ରାସନ କାର୍ଡ ଏବଂ ଆବାସ ଘର ପାଇଁ ଗୁହାରୀ କରିବାକୁ ଆସିଥିବା ବହୁ ଲୋକ ଫାଟକ ବନ୍ଦ ଯୋଗୁ ଫେରିଥିବା ସହ ସାଦକପୁର ଏବଂ ଗୋଳେଇପୁର ପଂଚାୟତରୁ ଆସିଥିବା ବହୁ ହିତାଧିକାରୀ ମଧ୍ୟ ଫେରିଥିଲେ । ବୈଠକ ଆରମ୍ଭରୁ ବିନା ପଂଚାୟତ ସମିତି ଅନୁମୋଦନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାକୁ ନେଇ ସମିତିସଭ୍ୟମାନେ ପ୍ରଶ୍ନ ଉଠାଇବାରୁ ବିଡିଓ ଶ୍ରୀମତୀ ସ୍ନିଗ୍ଧା ଏହାକୁ ଏଡାଇଯିବାକୁ ଚେଷ୍ଟା କରିଥିଲେ ।
ବିଡିଓ ଶ୍ରୀମତୀ ସ୍ନିଗ୍ଧା ବ୍ଲକ ଅଧ୍ୟକ୍ଷା ମାଳତୀ ଟୁଡୁଙ୍କୁ ବିଶ୍ୱାସକୁ ନନେଇ ବହୁ କାର୍ଯ୍ୟ ମନମୂଖୀଭାବେ କରୁଥିବା ସହ ସମିତି ସଭ୍ୟଙ୍କୁ ଦୁର୍ବ୍ୟବହାର କରୁଥିବାର ମଧ୍ୟ ସମିତିସଭ୍ୟମାନେ ଅଭିଯୋଗ ଉଠାଇଥିଲେ । କୋରେଇ ବ୍ଲକଅଧ୍ୟକ୍ଷା ଶ୍ରୀମତୀ ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହିବ ବୈଠକ ଆରମ୍ଭରେ ଜିପିଓ ସାଗରୀକା ମହାପାତ୍ର ବିବରଣୀ ପାଠ କରିଥିବା ବେଳେ ଉପାଧ୍ୟକ୍ଷ ଅନିଲ ମହାପାତ୍ର ସଭା ପରିଚାଳନା କରିଥିଲେ । ବୈଠକରେ ବଡବିରୁହାଁ ସମିତିସଭ୍ୟ ପ୍ରମୋଦ କୁମାର ସାହୁ, ଧନେଶ୍ୱର ସମିତିସଭ୍ୟା ମମତା ଘଡାଇ, କରଦା ସରପଂଚ ଗଣେଷ ସାହୁ, ବରୁଣ୍ଡାଇ ସରପଂଚ ସୌଭାଗ୍ୟ ମହାନ୍ତି, ସେକ୍ ଜହର୍ ଅଲ୍ଲୀ, ନିର୍ମଳା ରାଉତ, ଭାଗ୍ୟଶ୍ରୀ ମଲ୍ଲିକ, ସୁରେଖା ସେଠୀ, କୁଳମଣୀ ଦାସ, ଅଶୋକ ବାରିକ, ରୁନୁ ଭୁୟାଁ, ଦିପ୍ତୀମୟୀ କୁଅଁର, ଭାନୁପ୍ରଭା କରଣ, ଗଭିନ ଦଳେଇ, ନୀଳମାଧବ ଚକ୍ର, କ୍ଷୀରୋଦ ଦାସ, ନିତ୍ୟାନନ୍ଦ ସାହୁ, ମହେନ୍ଦ୍ର ପ୍ରତାପ ସିଂହ, ପାର୍ବତୀ ଜେନା, ପ୍ରକାଶ ମଲିକ, ସବିତା ମଲିକ ପ୍ରମୁଖ ଯୋଗଦେଇଥିଲେ ।
ବ୍ଲକ୍ କର୍ମଚାରୀ ଭାବେ ରମେଶ ଚନ୍ଦ୍ର ସେଠୀ, କୃଷି ଅଧିକାରୀ ଲକ୍ଷ୍ମୀଧର ସାହୁ, ଯୋଗାଣ ଅଧିକାରୀ ପ୍ରଶାନ୍ତ ନାୟକ, ଜଳ ଯୋଗାଣ ଯବୀ ସୋମନାଥ ପାଣିଗ୍ରାହୀ, ମୀନତି ମହାରଣା, ଏପିଓ ଅନିତା ପତିଙ୍କ ସମେତ ବିଭିନ୍ନ ଲାଇନ୍ସ ଡିପାର୍ଟମେଂଟର ଅଧିକାରୀ ଭାନେ ଉପସ୍ଥିତ ଥିଲା ବେଳେ ବିଦ୍ୟୁତ ବିଭାଗ ଗୁରୁତ୍ୱପୂ ଣ୍ଣ ର୍ କେତେକ ବିଭାଗର ଅଧିକାରୀ ଅନୁପସ୍ଥିତ ଥିବା ନେଇ ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ଏବିଡ଼ିଓ ଜ୍ଞାନଦା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result