No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ନୟାଗଡ଼ :- ନୟାଗଡ଼ ର ସୌନ୍ଦର୍ଯ୍ୟକରଣ ତଥା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ର ତଦାରଖ ପାଈଁ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକ ଙ୍କ ନୟାଗଡ଼ ଗ୍ରସ୍ତ । ଆଜି ପୂର୍ତ୍ତ ମନ୍ତ୍ରୀ ନୟାଗଡ଼ ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି ଶ୍ରୀ ମଲ୍ଲିକ ।

ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା କୃଷି ମନ୍ତ୍ରୀ ଡ଼ଃ ଅରୁଣ ସାହୁ , ନୟାଗଡ଼ ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ , ଦଶପଲ୍ଲା ବିଧାୟକ , ରଣପୁର ବିଧାୟକ ଙ୍କ ବିଜେଡି ର ଶତାଧିକ କର୍ମୀ ଯୋଗଦେଇଥିଲେ। ସହ ମିଶି ନୟାଗଡ଼ ଖଣ୍ଡପଡା ରାସ୍ତା ରେ ନିର୍ମାଣ କାର୍ଯ୍ୟ ର ବଲାଙ୍ଗୀ ପାର୍କ ପରିଦର୍ଶନ କରିଥିଲେ ।

୭୦ ଲକ୍ଷ ଟଙ୍କାର ବ୍ୟୟ ଆକଳନ ହୋଇଥିବା ଡ୍ରେନ୍ କାର୍ଯ୍ୟ , ଅଧାପନ୍ତରିଆ ଭାବେ ବାଲୁଗାଁ ଡାହୁକା ନଦୀ ପାଈଁ ନୂତନ ଟେଣ୍ଡର ଏବଂ ବାରବାଟୀ ନିକଟରେ ଥିବା ଲୁଣିଝରା ନଦୀ ପାଈଁ ପ୍ରସ୍ତାବିତ ବ୍ରୀଜ୍ ନିର୍ମାଣ କରିବା ସହିତ ଏକ ଚେକ୍ ଡ୍ୟାମ୍ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ । ତୁରନ୍ତ ଏହି ପ୍ରସ୍ତାବ ଗୁଡ଼ିକ ର ନିର୍ମାଣ କାର୍ଯ୍ୟ ଆରମ୍ଭକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ଙ୍କ ପରାମର୍ଶ । (ରିପୋର୍ଟ – ଅଶ୍ଵିନୀ କୁମାର ସାହୁ)
No Result
View All Result