ମାହାଙ୍ଗା (ଓଡିଶା ତାଜା ନିଉଜ ) 28/01/20 :- ଆଜିର ଆଧୁନିକତା ସମାଜରେ ଶିକ୍ଷାନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଶିକ୍ଷକ ମାନେ ଶୃଙ୍ଖଳିତ ଶିକ୍ଷାଦାନ କଲେ ଛାତ୍ରଛାତ୍ରୀ ମାନେ ଜଣେ ଜଣେ ମହାନ ବ୍ୟକ୍ତି ହୋଇ ଦେଶର ମୁଖ୍ୟସ୍ରୋତରେ ସାମିଲ
ହୋଇପାରିବେ ବୋଲି ମାହାଙ୍ଗା ଦ୍ୱିପାଞ୍ଚଳର ବାଜପୁରାସ୍ଥିତ ଆଞ୍ଚଳିକ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବରେ ପଂଚାୟତ ରାଜ ପାନୀୟଜଳ ଆଇନି ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ରଧର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ଶରତ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଅଧିକାରୀ ନିରଞ୍ଜନ ବେହେରା, ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ପ୍ରମୋଦ ସାମଲ ଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା,
ବାଜପୁରା ର ସମାଜ ସେବି ତଥା ଦୃଢ଼ ସଂଗଠକ ପ୍ରଶାନ୍ତ କିଶୋର ରାଉତ, ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ସମାଜସେବି ପ୍ରବୋଧ କୁମାର ସାମଲ ପ୍ରମୁଖ ଯୋଗଦେଇ ବିଜ୍ଞାନ ଯୁଗରେ ଛାତ୍ରଛାତ୍ରୀ ମାନେ ସ୍ଥିର ମନ ରେ ଅଧୟନ କରିବା ସହ ସମାଜ ର ସବୁ ବର୍ଗ ସବୁ କ୍ଷେତ୍ରରେ ଶୃଙ୍ଖଳା ବଜାୟ ରଖିଲେ ଜୀବନରେ ଜଣେ ଜଣେ ବଡ ମଣିଷ ହୋଇପାରିବେ ବୋଲି କହିଥିଲେ,
ଏବିଇଓ ମଦନମୋହନ ମଲ୍ଲ ଅତିଥି ମାନଙ୍କର ପରିଚୟ ଦେଇ ବିଦ୍ୟାଳୟର ଓ ଆଖପାଖର ବିକାଶ ଧାରାରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଅବଦାନ ସମ୍ପର୍କରେ ପ୍ରତିପାଦନ କରିଥିଲେ, ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ଓ ପରିବେଶ ସଚେତନ ସମ୍ପର୍କରେ ନାଟିକା ପରିବେଷଣ କରାଯାଇଥିଲା, ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିବାସହ
ଅନୁଷ୍ଠାନ ପକ୍ଷରୁ ଗୀତିକାର ବିଶ୍ୱେଶ୍ୱର ମହାନ୍ତି ଓ ବିଶିଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା, ଏହି ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ,ଶିକ୍ଷକ ସନ୍ତୋଷ କୁ ମହାପାତ୍ର,