No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ଢେଙ୍କାନାଳ :- ପୌରାଣିକ କଥା ଅନୁଯାୟୀ ରାମାୟଣରେ ମାତା ସୀତା ଯେଭଳି ଭିକ୍ଷାର୍ଥୀକୁ ଭିକ୍ଷା ଦେବାକୁ ଯାଇ ଦିଅର ତଥା ପ୍ରଭୁ ଶ୍ରୀ ଲକ୍ଷ୍ମଣଙ୍କ ସୁରକ୍ଷା କବଚ “ଲକ୍ଷ୍ମଣରେଖା ” ଡେଇଁ ରାବଣର ମାୟା ଜାଲରେ ଛନ୍ଦି ହୋଇ ପଡିଥିଲେ, ସେହିଭଳି ଭାବରେ ଆଜି ଜିଲ୍ଲା ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ସହରର ରାଧାକୃଷ୍ଣ ବଜାର ଅଞ୍ଚଳରେ ଥିବା ଭଡ଼ାଘର ନିକଟରେ ଅଭିଯୋଗକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଇ ତଥା ମୋ ସରକାରଙ୍କ ଲକ୍ଷ୍ମଣରେଖା ଡେଇଁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଡିଏସପି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇଙ୍କ ହାତରୁ ଦିଆଯାଇଥିବା ରଙ୍ଗ ମିଶ୍ରିତ ଟଙ୍କା ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି ।
ପେଟ ପାଟଣା ପାଇଁ ଗାଡି ଖଣ୍ଡେ ଖଣ୍ଡେ କରିଛୁ। ନିକଟରେ ଥିବା ସରକାରୀ ନିଲାମୀ ଖଣିଖାଦାନରୁ ମାଲ ପରିବହନ କଲାବେଳେ ଅଧିକାଂଶ ସମୟରେ ବାଟରେ ବାଟରେ ସରକାରୀ ଅଧିକାରୀ ମାନେ ଗାଡ଼ି ଅଟକାଇ ହଇରାଣ ହରକତ କରନ୍ତି। ମଝିରେ ମଝିରେ ୫, ୧୦ ଓ ୧୫,୦୦୦ ଟଙ୍କା ଲାଞ୍ଚ ମାଗନ୍ତି। ସରକାରୀ ଖଣିଖାଦାନ ଗୁଡ଼ିକରେ ବିନା ତାରିଖରେ ଟ୍ରାଞ୍ଜିଟ୍ ଚାଲାଣ ଦିଅନ୍ତି।ଏ ବିଷୟରେ କିଛି ପଚାରିଲେ ଗାଡି ଜବତ କରିଦେବୁ କହି।ଏ ଟ୍ରାଞ୍ଜିଟ୍ ଚାଲାଣ ନକଲି କି ଅସଲି ତାହା ଗାଡ଼ି ମାଲିକମାନଙ୍କୁ ଜଣାନାହିଁ ଅଭିଯୋଗ କରନ୍ତି। ଧମକ ଦିଅନ୍ତି।ଏ ସମ୍ପର୍କରେ ଅଭିଯୋଗ ପାଇ ଭିଜିଲାନ୍ସ ବିଭାଗ ଚଢାଉ କରି ଅଭିଯୁକ୍ତ ଲକ୍ଷ୍ମଣକୁ ତଦନ୍ତ ପରିସରଭୁକ୍ତ କରିଛନ୍ତି।ଏ କଥା ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲା ବାଟଘାଟରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଜନସାଧାରଣରେ ଦାବି ହେଉଛି।(ରିପୋର୍ଟ, ଅମର ରଞ୍ଜନ ଦାସ)
No Result
View All Result