No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର )କଟକ :- ଜାତୀୟ ସଡ଼କ ସୁରକ୍ଷା ମାସ ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହୋଇଛି ଏହା ଫେବୃୟାରୀ ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଵସରରେ କଟକ କମିଶନରେଟ ଟ୍ରାଫିକ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ।ଟ୍ରାଫିକ ସଚେତନତା ସପ୍ତାହର ଦିତୀୟ ଦିନ, ମଙ୍ଗଳବାର ଟ୍ରାଫିକ ଏସିପି ଦେବଜ୍ୟୋତି ଦାଶଙ୍କ ନେତୃତ୍ୱରେ ଟ୍ରାଫିକ ସଚେତନତା ଶୋଭାଯାତ୍ରା , କଟକର ବାଦାମବାଡି ଛକରୁ ବାହାରି ରାଣୀହାଟର ପୁରାତନ ହିନ୍ଦ ସିନେମା ହଲ ପର୍ଯ୍ୟନ୍ତ ଯାଇଥିଲା ।
ଟ୍ରାଫିକ ନିୟମ ଲେଖା ଥିବା ଫ୍ଲାକ କାର୍ଡ଼ ହାତରେ ଧରି ଟ୍ରାଫିକ କର୍ମଚାରୀ ମାନେ ଗାଡ଼ି ଚାଳକଙ୍କୁସଚେତନ କରାଇଥିଲେ ।ଏହି ଶୋଭାଯାତ୍ରାରେ କମିଶନରେଟ ଟ୍ରାଫିକ ପୋଲିସ କର୍ମଚାରୀ ଏବଂ ଉସ୍ଚାହି ଜନ ସାଧାରଣ ଅଂଶଗ୍ରହଣ କରିଥିଲେ । ଟ୍ରାଫିକ ସଚେତନତା ଶୋଭାଯାତ୍ରା ସମୟ ଗୋଟିଏ ବାଇକରେ ଦୁଇ ଜଣ ବସି , ହେଲମେଟ ବ୍ୟବହାର କରି ଥିବା ବାଇକ୍ ଚାଳକମାନଙ୍କୁ ଟ୍ରାଫିକ କର୍ମଚାରୀ ମାନେ ଗୋଲାପ ଫୁଲ ଦେଇ ଅଭିନନ୍ଦନ ଜଣାଇଥିଲେ । ସେହିପରି ଅନ୍ୟ ପଟେ ଗୋଟିଏ ବାଇକ୍ ରେ ଦୁଇ ଜଣ ବସି ଯାଉଥିଲା ବେଳେ , ଚାଳକ ହେଲମେଟ ପିନ୍ଧିଥିଲା ବେଳେ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବାରୁ , ସେମାନଙ୍କୁ ଆକଟ କରାଯିବା ସହିତ ଆଇଏସଆଇ ହେଲମେଟ ପିନ୍ଧି ବାଇକ ଚଳାଇବାକୁ ପରାମର୍ଶ ଦିଆଯାଇଥିଲା ।
କଟକ ର ଟ୍ରାଫିକ ଏସିପି ଅମାନିଆ ବାଇକ ଏବଂ ସିଟବେଲଟ ପିନ୍ଧି ନଥିବା ଚାରି ଚକିଆ ଗାଡ଼ି ଚାଳକଙ୍କୁ ତାଗିଦ କରିଥିଲେ । ଟ୍ରାଫିକ ଏସପି ଦେବଜ୍ୟୋତି ଦାଶ ଟ୍ରାଫିକ ସଚେତନତା ଶୋଇବା ଯାତ୍ରା ପରେ ନିଜେ ଟ୍ରାଫିକ ଛକରେ ଉପସ୍ଥିତ ରହି କେତେ ଚୋଟ ପିଲା ମାନଙ୍କୁ ହେଲମେଟ ପିନ୍ଧାଇଥିଲେ । ଟ୍ରାଫିକ ଏସିପି ଙ୍କ ଏପରି କାର୍ଯ୍ୟକୁ କଟକ ସହରବାସୀ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ କଟକ ଟ୍ରାଫିକ ଥାନା ଆଇଆଇସି ଏବଂ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result