No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତର ସମସ୍ତ ଧାନ ମଣ୍ତିରେ ଓ ସୋସାଇଟିରେ ଲକ୍ଷାଧିକ ଧାନ ବସ୍ତା ବହୁ ଦିନରୁ ପଡି ରହିଛି । ଯେଉଁ ଚାଷୀ ମାନେ ପାଇଥିବା ଟୋକନ ବର୍ତ୍ତମାନ ଲେପସ୍ ହୋଇ ସରିଥିବା ବେଳେ ମିଲର୍ସ ମାନେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରି ମଣ୍ତିରେ କଟନି ଛଟନି ବାବଦକୁ ୮ରୁ ୧୦ କେଜି ଯାଏ ଧାନ ଚାଷୀଙ୍କ ଠାରୁ ଲୁଟି ନେଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଚାଷୀ ବାଧ୍ୟ ହୋଇ ନିଜ ଧାନକୁ କମ ଦରରେ ଅନ୍ୟ ଦଲାଲ ହାତକୁ ଟେକି ଦେବା ପାଇଁ ମଜବୁର୍ ହେଉଛି । ମିଲର୍ସ ମାନେ ଧାନ କିଣାର ଟାଗେର୍ଟ ସରିଗଲା ବୋଲି କହୁଥିବା ବେଳେ ଚାଷୀ ଏବେ ଦିଗହରା । ଚାଷୀଙ୍କ ଏହି ସମସ୍ୟାକୁ ନେଇ ଆଜି ସକାଳେ ଭାରତୀୟ ଜନତା ପାର୍ଟି ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ତରଫରୁ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦିପ ପୁରୋହିତଙ୍କ ନେତୃତ୍ବରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

ସେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଧାନ ମଣ୍ତିରୁ ନ ଉଠିଲେ ବିଜେପି ରାଜରାସ୍ତାକୁ ଓହ୍ଳାଇବ ବୋଲି ଲିଖିତ ଦାବୀପତ୍ର ପ୍ରଦାନ କରିଥିଲେ । ବିଜେପି ତରଫରୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ପ୍ରିତେଶ କୁମାର ବହିଦାର, ସୁନିଲ କୁମାର ଅଗ୍ରୱାଲ, ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ମଣ୍ତଳ ସଭାପତି କୈଲାସ ଦିଶ୍ରୀ, ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା, ମାଣ୍ତୋସିଲ ମଣ୍ତଳ ସଭାପତି ସଞ୍ଜୟ ବେହେରା, ସର୍ଗିବାହାଲ ମଣ୍ତଳ ସଭାପତି ନିରାକାର ବରିହା,ଦହିତା ମଣ୍ତଳ ସଭାପତି କେତନ ମେହେର, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ସମେତ ପାଖାପାଖି ୨୦୦ ଜଣ କାର୍ଯ୍ୟକର୍ତ୍ତା ଘେରାଉରେ ସାମିଲ ଥିଲେ। ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦିପ୍ତିମୟୀ ଭୁଏ ଓ ତହସିଲଦାର ପଦ୍ମପୁର ଉପସ୍ଥିତ ରହି ଉକ୍ତ ଦାବୀପତ୍ରକୁ ଗ୍ରହଣ କରିଥିଲେ । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result