No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ଭୁବନେଶ୍ୱର :-ବିଧାନସଭା ପରିସରରେ ବାଚସ୍ପତିଙ୍କ ସଭା କକ୍ଷ ପରିସରରେ ସୋମବାର ଦିନ ଅସୁମାରୀ ସ୍ୱପ୍ନ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିବା ସହ ପ୍ରବନ୍ଧ ଗୁଡିକ ଉଚ୍ଚମାନର ଓ ସମସାମାୟିକ ସମସ୍ୟା ଆଧାରିତ ବୋଲି କହିଥିଲେ । ଅସୁମାରୀ ସ୍ୱପ୍ନ ଏକ ପ୍ରବନ୍ଧ ସଙ୍କଳନ ଅଟେ । ଏଥିରେ ଲେଖକ ତଥା ସାମାଜିକ କର୍ମୀ ଘାସିରାମ ପଣ୍ଡାଙ୍କ ୩୬ଟି ପ୍ରବନ୍ଧ ପ୍ରକାଶ ପାଇଛି । ପ୍ରବନ୍ଧଗୁଡିକ ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶିତ ହୋଇ ସାରିଛି । ଆ’କାର, ସୁବର୍ଣ୍ଣପୁର ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ‘ଅସୁମାରୀ ସ୍ୱପ୍ନ’ ଲେଖକଙ୍କ ନିଜସ୍ୱ ଅନୁଭୂତିର ଆଧାରିତ ଅଟେ ।
ପ୍ରବନ୍ଧଗୁଡିକ ଭିତରେ ପ୍ରାଥମିକ ବିଦ୍ୟାଳୟ ବନ୍ଦର ପ୍ରଭାବଠାରୁ ଆରମ୍ଭ କରି ଭେଦଭାବ ମୁକ୍ତ ବିଦ୍ୟାଳୟ, ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ,ବିଦ୍ୟାଳୟ ବାହାରେ କେତେ ପିଲା, ବିଦ୍ୟାଳରେ ଯୌନ ନିର୍ଯାତନା ଓ ଅଧିକାରୀଙ୍କ ଦାୟିତ୍ୱ, ଦେଶାନ୍ତରୀ ଶିଶୁଙ୍କ ଶିକ୍ଷାଧିକାର, ବାଲ୍ୟ ବିବାହ ବଢ଼େଇବ କରୋନା, ବିବାହ ବୟସ, ଶିଶୁ ଓ ସାଇବର ଅପରାଧ, କରୋନା ଓ ପ୍ରଭାବିତ ଶୈଶବ, କେଉଁ ଯଶବାନ ଉଡାଇବ ହେ! ଭଳି କିଛି ପ୍ରସଙ୍ଗ ବେଶ ଉଚ୍ଚ ପ୍ରଶଂସିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ମହିଳା କମିଶନର ଅଧ୍ୟକ୍ଷା ଡ ମିନତୀ ବେହେରା, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଏକ୍ସନ୍ଏଡର ସହାୟକ ନିର୍ଦ୍ଦେଶକ ଦେବବ୍ରତ ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଅଧ୍ୟକ୍ଷତା କରିଥିଲେ ।
No Result
View All Result