No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର)ଭୁବନେଶ୍ୱର :- ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲାଗିବ । ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର୍ୟ୍ୟନ୍ତ ଜାତୀୟ ରାଜପଥ-୧୬ରେ ଅତ୍ୟାଧୁନିକ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହେବ । ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଏନେଇ ରାଜ୍ୟ ପରିବହନ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହି ଏନ୍ଏଚରେ ପ୍ରତି ୪ରୁ ୫ କିଲୋମିଟରରେ କ୍ୟାମେରା ଲାଗିବ । ଏହାଦ୍ୱାରା ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କୁ ଓ ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରାଯାଇପାରିବ ବୋଲି ସେ କହିଛନ୍ତି ।
ନିୟମ କଡ଼ାକଡ଼ି କରିବାକୁ ଭେଇକିଲ ଲୋକେସନ ଟ୍ରାକିଙ୍ଗ୍ ସିଷ୍ଟମ ଲାଗୁ ହେବ । ଗାଡ଼ିର ଲୋକେସନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯିବ । ଏଥିପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ସଞ୍ଜୀବ ପଣ୍ଡା । ଅନ୍ୟପଟେ ଆଜିଠୁ ରାଜ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ ହୋଇଛି । ଏହି ଅବସରରେ ଗାଡ଼ି ଚାଳକଙ୍କ ଉଦ୍ଦେଶ୍ୟର ବିଭିନ୍ନ ସ୍ଥାନରେ ସଚେତନତା ବାର୍ତ୍ତା ଦିଆଯାଇଛି ।
No Result
View All Result