No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର) କଟକ :- ସୋମବାର ସକାଳ 6ଟା ସମୟ ରେ ଅବକାରୀ ଫ୍ଲାୟିଙ୍ଗ ସ୍କ୍ୱାଡ଼ର ଅଫିସର ମାନେ , କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରୁ ଏକ ମାରୁତି Alto car ନମ୍ବର OD08ନ 1615 ଗାଡ଼ି ଭିତରୁ , 22 କିଲୋଗ୍ରାମ ଗଞ୍ଜେଇ ଜଵତ କରିଛି । ଏହି ଚୋରା କାରବାରେ ସଂପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଉଦୟ କୁମାର ସାହୁ , ଧୀରଜ ଗଡ଼ତୀୟା ଏବଂ ବାଳଗୋପାଳ ଥାନପତି ।

ଏ ସମସ୍ତେ କଳାହାଣ୍ଡି ଜିଲ୍ଲା ମୋହନଗିରି ଅଞ୍ଚଳର ବୋଲି ଆଇଆଇସି ସୁଶାନ୍ତ କୁମାର ପାଢ଼ୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଏକ ଲକ୍ଷ୍ୟ ଦଶ ହଜାର ଟଙ୍କା ର ହେବ ବୋଲି ଅବକାରୀ ଉପ ଅଧିକ୍ଷକ ସିଦ୍ଧେଶ୍ୱର ବେସ୍ରା କହିଛନ୍ତି । ଏହି ଚଢ଼ାଉରେ ସାମିଲ ହୋଇଥିଲେ ଅବକାରୀ ଉପ ଅଧିକ୍ଷକ ସିଦ୍ଧେଶ୍ବର ବେଶ୍ରା, ଆଇଆଇସି ସୁଶାନ୍ତ ପାଢ଼ୀ, ଉମାକାନ୍ତ ସ୍ୱାଇଁ, ସରୋଜ ପରିଡା, ସଚିନ ବେହେରା, ମନୀଷା ଭୋଳ ପ୍ରମୁଖ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result