No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜାନୁଆରୀ ସୋମବାର )ବଡ଼ଚଣା :- ବଡ଼ଚଣା ରେ ଦିନକୁ ଦିନ ଚୋର ଙ୍କ ସାହାସିକତା ବୃଦ୍ଧି ପାଇବାର ଦେଖିବାକୁ ମିଳୁଛି । ଗତ ରାତି ରେ ଏଭଳି ଏକ ଚୋର ମନ୍ଦିର ରୁ ଚୋରି କରୁଥିବା ସମୟରେ କବଜା କରି ନେଇଥିଲେ ଗ୍ରାମବାସୀ । ଚାରିଦିନ ତଳେ ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଠାରେ ଦର୍ପଣଗଡ଼ ରାଜାଙ୍କ ନିର୍ମିତ ପ୍ରାୟ ୨ଶହ ବର୍ଷ ତଳର କୋଟ୍ରାକ୍ଷୀ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଘଟଣା ସାମ୍ନା କୁ ଆସିଥିବା ବେଳେ ଏହାର କୌଣସି ସନ୍ଧାନ ମିଳିନଥିବାର ସୂଚନା ମିଳିଛି । ଆଜି ସୁଦ୍ଧା କୋଟ୍ରାକ୍ଷୀ ଦେବୀ ମୂର୍ତ୍ତି ଚୋରି ହେବାର ଚାରିଦିନ ବିତିନି ଆଜି ଆଉ ଏକ ମନ୍ଦିରରେ ଚୋରି ଘଟଣା ଦେଖିବାକୁ ମିଳିଛି !
ସୁଭଦ୍ରାପୁର ଗ୍ରାମର ଖଟୁଆ ନାମକ ଯୁବକ ବଡ଼ଚଣା ଥାନା ଅନ୍ତର୍ଗତ ଖୋସାଲିପୁର ଠାରେ ଥିବା ” ମା “ନାଳୁଆ ଙ୍କ ମନ୍ଦିରରେ ଗତ ସନ୍ଧ୍ୟା ୭ଘଟିକା ସମୟରେ ମାଆଙ୍କ ମନ୍ଦିରରେ ଦେବୀ ଙ୍କ ଆଭୁଷଣ ଚୋରୀ କରୁଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ ଚୋର କୁ କବଜା କରି ନେଇଥିଲେ । ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବାରୁ ଯୁବକ ଜଣଙ୍କ ଏକ ଛୁରା ଧରି ଆକ୍ରମଣ କରିଥିଲେ ! ପରେ ଗ୍ରାମବାସୀ ଚୋରକୁ ଧରି ନେଇ ତୁରନ୍ତ ସ୍ଥାନୀୟ ଚଣ୍ଡିଖୋଲ ଫାଣ୍ଡି ରେ ଜଣେଇଥିଲେ ଏହାପରେ ପୋଲିସ ଉକ୍ତ ଯୁବକ ଙ୍କୁ ଗିରଫ କରି ନେଇଥିଲେ । ଏବଂ ଗ୍ରାମବାସୀ ଙ୍କ ଲିଖିତ ଅଭିଯୋଗ କୁ ଭିତ୍ତି କରି ଆଜି ସକାଳୁ ଉକ୍ତ ଚୋର ନାଁ ରେ ପୋଲିସ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି । ( ରିପୋର୍ଟ – ବିକାଶ ସାହୁ )
No Result
View All Result