No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର )ବଡ଼ଚଣା :- ବଡ଼ଚଣା ନିର୍ବାଚନ ମଣ୍ଡଳୀର ପଲେଇ ଗ୍ରାମ ପଞ୍ଚାୟତ ବାରବାଟୀ ଠାରେ ପାଠାଗାର ର ଉଦଘାଟନ କରାଯାଇଛି । ଗତ ମାସ ଡିସେମ୍ବର ୧୬ ତାରିଖ ଦିନ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ବଡ଼ଚଣା ନିର୍ବାଚନ ମଣ୍ଡଳୀର ପଲେଇ ଗ୍ରାମ ପଞ୍ଚାୟତ ବାରବାଟି ଠାରେ ଏହି ପାଠାଗାର ଉଦଘାଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଜୁଜନତା ଦଳର ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ଶ୍ରୀମତୀ ମନୋରମା ଆଚାର୍ଯ୍ୟଙ୍କ ସହ ସ୍ଥାନୀୟ ସରପଞ୍ଚ , ପୂର୍ବତନ ଡିଏଫଓ , ଓଳାଶୁଣି ଗୁମ୍ଫା
ମଠଧୀଶ ଓ ଅବସର ପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ସାମଲ ଯୋଗ ଦେଇଥିଲେ । ଶ୍ରୀମତୀ ମନୋରମା ଆଚାର୍ଯ୍ୟ ଫିତା କାଟି ଉଦଘାଟନ କରିଥିଲେ ଓ ଗ୍ରାମର ସ୍କୁଲର ଓ ପିଲାମାନଙ୍କ ଉନ୍ନତି ପାଇଁ ପ୍ରାର୍ଥନା କରିବା ସହ ପାଠାଗାର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାକ୍ଷେତ୍ର ଏକ ମାର୍ଗ ଦର୍ଶକ ହେବ ବୋଲି ଆଶା ବିଶ୍ୱାସ । ଛାତ୍ର ଛାତ୍ରୀ ଙ୍କ ଶ୍ରୀମତୀ ଆଚାର୍ଯ୍ୟଙ୍କ ଦ୍ୱାରା ଯାହା ସମ୍ଭବ ସେ ସହାୟତା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ( ରିପୋର୍ଟ – ବିକାଶ ସାହୁ )
No Result
View All Result