No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) ଭୁବନେଶ୍ୱର /ରିପୋର୍ଟ ସୋନାଲି :- ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଙ୍କ (5 ଟି)ସଚିବ ଙ୍କ ର କ୍ୟାପିଟାଲ ବିଦ୍ୟାଳୟ ଗୁଡ଼ିକୁ ଗ୍ରସ୍ତ । ଛାତ୍ର ଛାତ୍ରୀ ଙ୍କ ପାଈଁ ସରକାର ଙ୍କ ‘ମୋ ସ୍କୁଲ ‘ଯୋଜନା କିଭଳି ପ୍ରେରଣାଦାୟୀକ ହେବ ଏହାକୁ ନେଇ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ୫ଟି ସଚିବ । ସେଥିମଧ୍ୟରୁ ୟୁନିଟ୍ ୧ , ୟୁନିଟ୍ ୬ କ୍ୟାପିଟାଲ୍ ହାଇସ୍କୁଲ୍, ୟୁନିଟ୍ ୯ ବାଳିକା ଏବଂ ବିଏମସି ଅଞ୍ଚଳରେ ଥିବା ଆଇଆରସି ଗ୍ରାମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି 5ଟି ସଚିବ ଶ୍ରୀ ଭି. କେ ପାଣ୍ଡିଆନ୍ ।
ସେ ଶିକ୍ଷକ , ଶିକ୍ଷୟତ୍ରୀ ତଥା ଏସଏମସି ସଦସ୍ୟ ମାନଙ୍କ ସହ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଦିଗରେ କିଭଳି ଅଧିକ ତ୍ୱରାନ୍ୱିତ କରି ପାରିବା ସେହି ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟରେ ବିଜ୍ଞାନ ଲ୍ୟାବ, ସ୍ମାର୍ଟ ଶ୍ରେଣୀଗୃହ, ଲାଇବ୍ରେରୀ ପଠନ କକ୍ଷ, କ୍ରୀଡା ସୁବିଧା ସୁଯୋଗ ଉପରେ ସଚିବ ଅଧିକ ଗୁରୁତ୍ୱ ଦେଇଥିଲେ ।
ଦଶମଶ୍ରେଣୀ ର ଫଳାଫଳ ଓ ଛାତ୍ର ଛାତ୍ରୀ ଙ୍କ A1 ଫଳାଫଳକୁ ଉନ୍ନତ କରିବା ପାଇଁ କଣ କରାଯାଇପାରିବ ତଥା ମୋ ସ୍କୁଲ କେତେ ସକ୍ରିୟ ଏବଂ ମୋ ବିଦ୍ୟାଳୟ ମାଧ୍ୟମରେ କଣ ଘଟୁଛି ଏହାର ସମୀକ୍ଷା କରିଥିଲେ । କେତେକ ବିଦ୍ୟାଳୟରେ ଏହାର ଅତ୍ୟନ୍ତ ସକ୍ରିୟତା ଏବଂ ଉତ୍ତମ ପ୍ରଭାବ ଦେଖିବାକୁ ମିଳିଛି ।
ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ଓ ବାତାବରଣ କୁ କଣ କଲେ ଛାତ୍ର ଛାତ୍ରୀ ଅନୁକୂଳ ତଥା ସାମଗ୍ରିକ ଭାବରେ ଉନ୍ନତ କରିବା ପାଇଁ ଛାତ୍ରମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ , ପ୍ରେରଣାଦାୟକ ଏବଂ ବୈଜ୍ଞାନିକ ସମ୍ମତ ହୋଇ ପାରିବ ଏହାକୁ ନେଇ ମ୍ୟାନେଜମେଣ୍ଟ କମିଟି ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପଚାରି ବୁଝିଥିଲେ ।
No Result
View All Result