No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୬ ଜାନୁଆରୀ ଶନିବାର )ବରଗଡ଼ :- ୩ ଦଫା ଦାବିରେ ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ଆଜି ସଂଘ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସଂଘ ସଭାପତି ଶ୍ୟାମ ସୁନ୍ଦର ଅଦାବର ୩ ଦଫା ଦାବି ସଂପର୍କରେ ଅବଗତ କରାଇବା ସହ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଥିଲେ । ଦାବି ମଧ୍ୟରେ ବରଗଡ଼ ପୈ।ର ପରିଷଦ ପକ୍ଷରୁ ହୋଲଡି° ଟେକ୍ସର ଅହେତୁକ ବୃଦ୍ଧି, ବରଗଡ଼ ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟ ରେ ଶିତଳତା ଏବଂ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଯୋଗୁଁ ସମ୍ମିଳନୀ ରେ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଥିଲା । ଆସନ୍ତା ଦିନରେ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା । ସମ୍ମିଳନୀରେ ସମ୍ପାଦକ ହରିହର ସାହୁ,ଉପସଭାପତି ମାନଭଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result