No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୬ ଜାନୁଆରୀ ଶନିବାର )କଟକ :- ହାରିବ କରୋନା , ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦୀର୍ଘ ୧୦ମାସ ଧରି ମଣିଷ ଜୀବନ ସହ ଖେଳୁଥିବା ଭୂତାଣୁ ଜନିତ କରୋନା ଭାଇରସ୍ ର ଆଜି ଟୀକାକରଣ ହୋଇଛି । ସାରା ଭାରତରେ ଆଜି ଏହାର ଶୁଭାରମ୍ଭ ହୋଇଥିବା ବେଳେ କଟକର ଏସସିବି ମେଡିକାଲ୍ ରେ ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଟୀକାକରଣ ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର କଟକର ୧୧ ଟି ଟୀକା କେନ୍ଦ୍ର ରେ ୧୧୦୦ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକା ପ୍ରଦାନ କରାଯାଇଛି । ଏଥିମଧ୍ୟରୁ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଡାକ୍ତର ଓ ସଫେଇ କର୍ମଚାରୀଙ୍କୁ ପ୍ରଥମେ ଟୀକା ଦିଆଯାଇଛି ।

ଶନିବାର ସକାଳ ୧୦ ଟା ରେ ଟୀକାକରଣ ର ଭିଡିଓ କନଫ୍ରେନସ୍ ମାଧ୍ୟମରେ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି,ଏସସିବି ମେଡିକାଲ୍ କର୍ତ୍ତୁପକ୍ଷ ପ୍ରମୁଖ ଫିତାକାଟି ଟୀକା କରଣ ର ଶୁଭାରମ୍ଭ କରିଥିଲେ । ଆଉ ତା ପରେ ଜଣକ ପରେ ଜଣେଙ୍କୁ ଭ୍ୟାକସିନ୍ ଦିଆଯାଇଥିଲା । ତେବେ ପ୍ରଥମ କରି ଟୀକା ନେଇଥିବା ସ୍ୱାସ୍ଥ୍ୟ କର୍ମୀ ନିଜର ଖୁସି ଜାହିର କରିଛନ୍ତି । ଟୀକାକରଣ ପାଇଁ ଏସସିବି ନର୍ସିଂ କଲେଜ ସମେତ ସିଟି ହସ୍ପିଟାଲ୍ , ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମର୍କତନଗର, ଓଡିଆ ବଜାର , ନିମପୁର ଜଗତପୁର, ସବଡିଭିଜିନାଲ୍ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମିଳିବ କରୋନା ଟୀକା ।

ତାହାଛଡା ଜିଲ୍ଲାର ଆଠଗଡ, ବାଙ୍କୀ , ସାଲେପୁର, ଟାଙ୍ଗୀ, ବଡ଼ମ୍ବା ଓ ନିଆଳି ମେଡିକାଲ୍ ରେ ମଧ୍ଯ ମିଳିପାରିବ ଏହି ଟୀକା । ପ୍ରଥମ ପର୍ଯ୍ୟାୟ ରେ ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀଙ୍କୁ ଓ କିଛି ଡାକ୍ତରଙ୍କୁ ଟୀକା ଦିଆଯାଇ ଥିବା ବେଳେ ବାକି ଥିବା ପର୍ଯ୍ୟାୟରେ କରୋନା ଯୋଦ୍ଧା ଏବଂ ଅନ୍ୟମାନଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଟୀକାକରଣ କାର୍ଯ୍ୟକ୍ରମ ରେ ଆରଡିସି ଅନୀଲ ସାମଲ , ସିଏମସି କମିସନର ଅନନ୍ଯା ଦାସ, ଏସସିବି ମେଡିକାଲ୍ କର୍ତ୍ତୁପକ୍ଷ , ସିଏମସି ର ଅଧିକାରୀ , ଡାକ୍ତର , ପ୍ରଫେସର ପ୍ରମୁଖ ଯୋଗ ଦେଇଥିଲେ । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result