No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ହିଞ୍ଜିଳିକାଟୁ :- ରାଜ୍ୟ ସରକାରଙ୍କ ସଶକ୍ତ ତଥା ସ୍ୱତନ୍ତ୍ର ପ୍ରାଶାସନିକ ବିଭାଗ ୫ଟିର ପରିସରଭୁକ୍ତ ହୋଇଛି ରାଜସ୍ୱ ବିଭାଗ । ଗ୍ରାମାଂଚଳ ଅଧିବାସୀଙ୍କ ଦ୍ୱାରରେ ଓ ହାତପାହାନ୍ତାରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ପ୍ରଶାସନ ପକ୍ଷରୁ ପଂଚାୟତ ସ୍ତରରେ ଆରମ୍ଭ ହୋଇଛି ଜନ ମଙ୍ଗଳ କାର୍ଯ୍ୟକ୍ରମ ମୋ ଗାଁ’ ରେ ତହସିଲ କାର୍ଯ୍ୟକ୍ରମ । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପ୍ରତିହିତ ହେବା ପରେ ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ପକ୍ଷରୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଇଛି ଏହି କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ତହସିଲ ଗଣ୍ଡଳା ରାଜସ୍ୱ ଗ୍ରାମରେ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରଂପଚ ଗୌରୀ ସାହୁ, ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡ଼ିଓ ପ୍ରସନ କୁମାର ପାତ୍ର, ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ, ବିଜେଡ଼ି ନେତା ସୁଧାଂଶୁ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ୧୬ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା, ୧୫ ହିତାଧିକାରୀଙ୍କ ଠାରୁ ଜମି ପଟ୍ଟା ସକାଶେ ଆବେଦନ ପତ୍ର ସଂଗ୍ରହ, ୩ ହିତାଧିକାରୀଙ୍କ ଠାରୁ ଘରବାରି ପଟ୍ଟା ସକାଶେ ଆବେଦନ ପତ୍ର ସଂଗ୍ରହ, ୧୫ ହିତାଧିକାରୀଙ୍କୁ ବିବଧ ପ୍ରମାଣପତ, ୭ ଜଣଙ୍କୁ ଇ- ପାଉତି ବଂଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ୱ ନିରୀକ୍ଷକ ରାମଚନ୍ଦ୍ର ମହାନ୍ତି, ସଂଘମିତ୍ରା ନାୟକ, ସୁପରଭାଇଜର ପୁରୁଷୋତମ ରେଡ୍ଡି, ଜୋର୍ତିମୟ ଚନ୍ଦ୍ର, ମୁଖ୍ୟ କିରାଣୀ କାଳୁ ସାହୁ, ଗୌରୀ ଶଙ୍କର ସାହୁ, ଲଳିତ ମୋହନ ବେହେରା, ତାରାପ୍ରସାଦଚମିଶ୍ର, ସୁନିତା କୁମାରୀ ପାତ୍ର ଓ ଅଜିତ କୁମାର କର ପ୍ରମୁଖ ପରିଚାଳନା କରିଥିଲେ ।( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result