No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ୱର :-ସାଉଦି ଆରବରେ ଅନୁଷ୍ଠିତ ୨୦୨୧ ଡାକାର ର୍ୟାଲିର ଚୂଡ଼ାନ୍ତ ପର୍ଯ୍ୟାୟରେ ମନଷ୍ଟର ଏନର୍ଜି ହୋଣ୍ଡା ଟିମ୍ ବିଜୟ ଲାଭ କରିଛି । ୧୨ଟି ସ୍ତର ଅତିକ୍ରମ କରି କେଭିନ୍ ବେନାଭାଇଡସ୍ ବିଜୟୀ ହୋଇଛନ୍ତି । ରିକି ବ୍ରାବେକ୍ ଦ୍ୱିତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଛନ୍ତି । ଏହା ଏକ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ୨୦୨ କିଲୋମିଟର ବିଶିଷ୍ଟ ସ୍ୱତନ୍ତ୍ର ପର୍ଯ୍ୟାୟ ଥିଲା । ଏହା ସହିତ ରେଡ୍ ସି’ରେ ଚାଲିଥିବା ଡାକାର୍ ର୍ୟାଲି ଶେଷ ହୋଇଛି

। ମୋନଷ୍ଟର ଏନର୍ଜି ହୋଣ୍ଡା ଟିମ୍ ଚାଳକମାନେ ବିଜୟୀ ହୋଇଥିବାରୁ ହୋଣ୍ଡା ଆନନ୍ଦ ପ୍ରକଟ କରିଛି । କେଭିନ୍ ବେନାଭାଇଡସ୍ ୨୦୨୧ ଡାକାର ମୁକୁଟ ହାସଲ କରିଥିବା ବେଳେ ଦଳୀୟ ସାଥୀ ରିକି ବ୍ରାବେକ୍ ରନର୍ସ ଅପ୍ ବା ଉପ ବିଜେତା ହୋଇଛନ୍ତି । ମୋନଷ୍ଟର ଏନର୍ଜି ହୋଣ୍ଡା ଟିମ୍ର ଏହି ଆର୍ଜେଟିଂନାବାସୀ ଚାଳକଙ୍କ ଏହା ହେଉଛି ପ୍ରଥମ ଟାଇଟଲ୍ ଏବଂ ପୁଣି ଥରେ ହୋଣ୍ଡାକୁ ଐତିହାସିକ ବିଜୟ ମିଳିଛି । ୨୦୨୧ ଡାକାର୍ ର୍ୟାଲିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହୋଣ୍ଡା ଚାଳକଙ୍କ ପ୍ରଧାନ୍ୟ ରହିଥିଲା । ୧୨ଟି ସଂଘର୍ଷପୂର୍ଣ୍ଣ ଦିନରେ ମୋନଷ୍ଟର ଏନର୍ଜି ହୋଣ୍ଡା ଟିମ୍ ର୍ୟାଲିକୁ ନିଜ ଅକ୍ତିଆରରେ ରଖିଥିଲା ଏବଂ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଚୂଡ଼ାନ୍ତ ଲକ୍ଷ୍ୟ ହାସଲ କରିଛି ।
No Result
View All Result