No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) କୋଦଳା :- ଭାରତ ବର୍ଷରେ ଓଡିଶା ରାଜନୀତିରେ ଆଞ୍ଚଳିକ ଦଳ ରୂପେ ସରକାର ଗଠନ କରିଛି ବିଜୁ ଜନତା ଦଳ l ଓଡ଼ିଶାର ବୃହତମ ଓ ଏକନମ୍ବର ଦଳ ହୋଇ ପାରିଛି (ବିଜେଡି) l ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ସହ ଘରେ ଘରେ ଦଳୀୟ ନେତାଙ୍କ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ବହୁବିଧି ପଦକ୍ଷେପ ନିଆଯାଉଛି l ଏଭଳିସ୍ତିତିରେ ଆସ୍କା ଲୋକସଭା ଆସନର କବିସୂର୍ଯ୍ୟନଗର ବିଧାନସଭା ମଣ୍ଡଳୀରେ ବିଜୁ ଜନତା ଦଳରେ ଗୋଷ୍ଠି କନ୍ଦଳ ଉପୁଜିଥିବା ସାଧାରଣରେ ଚର୍ଚ୍ଚା ହେବାରେ ଲାଗିଛି l କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ଲୋକସଭା ଆସନ ମଧ୍ୟ ବିଜେଡି ହାତରେ ରହିଛି l ଯଦ୍ୱାରା ବର୍ତ୍ତମାନ କୋଦଳା ଓ କବିସୂର୍ଯ୍ୟନଗର ଏନଏସିରେ ବିଜେଡି ବିଜେଡି ଭିତରେ ଫାଟ ଜଳଜଳ ଦେଖାଗଲାଣି l ଦଳୀୟ ବିଜୁ ଜନତା ଦଳର ରାଜନେତା ମାନେ ନିଜ ନିଜର କର୍ମକର୍ତ୍ତା ମାନଙ୍କୁ ନେଇ ବିଭକ୍ତ ହେବାରେ ଲାଗିଲେଣି l ଯାହାଦ୍ୱାରା ବିଜୁ ଜନତା ଦଳର ସେଭଳି ଏକତା ଦେଖିବାକୁ ମିଳୁନାହିଁ l ଆଗକୁ ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଶାସକ ଦଳର କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡ଼ିବା ଜଳଜଳ ଦେଖାଯାଉଛି l ଏଣୁ ଶାସକ ଦଳର ସଂଗଠନ ଭୁସିଡିବା ରାଜନୌତିକ କ୍ଷେତ୍ରରେ ଆଶଙ୍କା ରହିଛି l
କୋଦଳା ଓ କବିସୂର୍ଯ୍ୟନଗର ସହରବାସୀଙ୍କ ମନ ଜିଣିବାକୁ ସବୁ ତରିକା ଆପଣାଉଛି ଦଳ l ହେଲେ ଦଳ ଭିତରର କିଛି କୁଜିନେତା ଦଳ ବିରୋଧୀ କାର୍ଯ୍ୟ କରୁଥିବା ଚା, ଖଟି ମାନଙ୍କରେ ଚର୍ଚ୍ଚା ଜୋର ଧରିଛି l ଏପଟେ ବେଗୁନିଆପଡା ଓ କବିସୂର୍ଯ୍ୟନଗର ବ୍ଲକ ମାନଙ୍କରେ ଶାସକ ଦଳର କିଛି ଅସହିଷ୍ଣୁ ନେତାଙ୍କ କାର୍ଯ୍ୟକଳାପ ଉପରେ ଜନତା ଅସନ୍ତୋଷ ପ୍ରକାଶ ପାଇଛି l ପୂର୍ବରୁ ବିଜେଡିରେ ଥିବା କର୍ମକର୍ତ୍ତା ମାନଙ୍କୁ ବର୍ତ୍ତମାନ ଶାସନ କାଳରେ ସାମିଲ କରାଯାଉନଥିବା ବିଭିନ୍ନ ରାଜନୌତିକ ପରିଭାଷାରେ ଚର୍ଚ୍ଚା ହେଉଛି l ଏବଂ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସମସ୍ତଙ୍କୁ ଏକାଠି ଦେଖିବାକୁ ମିଳିନାହିଁ l କୋଦଳା ଓ କବିସୂର୍ଯ୍ୟନଗର ଦଳୀୟ ସମନ୍ନୟ ଅଭାବରୁ ବିଜେଡିରେ ଫାଟ ଦିଶିଲାଣି l ତେଣୁ ଦଳ ଆଗାମୀ ପୌର ନିର୍ବାଚନ ଓ କିଛି ଦିନ ବ୍ୟବଧାନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ କିପରି ଭାବେ ସଂଗଠନ ମଜବୁତ କରିବ ତାହା ସାଧାରଣରେ କଳ୍ପନା ଜଳ୍ପନା ଲାଗିରହିଛି l ଏପଟେ କୋଦଳା ବିଜେଡିର କିଛି କର୍ମକର୍ତ୍ତାଙ୍କ ଉପରେ ସହରବାସୀ ଅସନ୍ତୋଷ ପ୍ରକାଶ ଜାହିର କରିଛନ୍ତି l କିଛି ରାଜନେତା ନିଜକୁ ନେତା ଭାବେ ପରିଗଣିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି l ଏବଂ ଶାସକ ଦଳର ବିଧାୟିକାଙ୍କୁ ଅଣଦେଖା କରୁଥିବା ବିଭିନ୍ନ ରାଜନୌତିକ ମହଲରେ ଶୁଣିବାକୁ ମିଳୁଛି l ଏଥିରେ ସଂଗଠନକୁ ମଜବୁତ କରିବା ସ୍ଥିତିରେ ବଳ ଗୋଟାଉଛି ବିଜେଡି l କବିସୂର୍ଯ୍ୟନଗର ଓ କୋଦଳା ଏହି ଦୁଇ ଏନଏସିରେ ବିଜେଡିର କର୍ମକର୍ତ୍ତାଙ୍କ ଭିତରେ କୌଣସି ରହୁନାହିଁ ତାଳମେଳ l ଏଭଳି ସ୍ଥଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଏବେ ଦୁଇ ଫାଳ ଦେଇ ଗତି କରୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ( ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result