No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) କଟକ :- ପବିତ୍ର ମକର ସଂକ୍ରାନ୍ତି ଅବସରରେ କୃଷ୍ଣ କିଙ୍କର ତାରକପ୍ରସନ୍ନଙ୍କ ଦ୍ବାରା ରଚିତ “ଅଭିନବ ଜଗନ୍ନାଥ ପୁରାଣ” ନିଗମ କଳ୍ପତରୁ ଆଶ୍ରମରେ , ଆଶ୍ରମର ପୀଠାଧୀସ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । କୃଷ୍ଣକିଙ୍କର ତାରକପ୍ରସନ୍ନ ପେଷାରେ ଜଣେ ଡାକ୍ତର ।

ଅଧୁନା ସେ ନୟାଗଡ଼ ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଜଣେ ଉଚ୍ଚପଦସ୍ଥ ଡାକ୍ତର (ଆଡିସନାଲ ଡାଇରେକ୍ଟର) ନିଜର କର୍ମମୟ ଜୀବନ କରିଚାଲିଥିଲେ ବି ନିଶାରେ ସେ ଜଣେ ଉଚ୍ଚକୋଟିର ଆଧ୍ୟାତ୍ମିକ ଆଲୋଚକ , ପ୍ରବଚକ , ମାଳିକା ଗବେଷକ , ନାଟ୍ଯକାର ଏବଂ ସର୍ବୋପରି ଜଣେ ସୁସାହିତ୍ଯିକ ।

ଏହା ପୂର୍ବରୁ ତାଙ୍କ ରଚିତ “ଖଣ୍ଡିକିଆ ହରିବଂଶ” , “ମୁଁ କୋକୁଆ କହୁଛି” , “ଶିଶୁ ଭାଗବତ” ପ୍ରଭୃତି ପାଠକଙ୍କ ହୃଦୟକୁ ଛୁଇଁ ସାରିଛି । ତାଙ୍କର ଏହି “ଅଭିନବ ଜଗନ୍ନାଥ ପୁରାଣ” ମାଧ୍ୟମରେ ଅନେକ ଅନାଲୋଚିତ ତଥ୍ଯକୁ ସ୍ଥାନିତ କରିଥିବାରୁ ଏହା ପାଠକଙ୍କ ହୃଦୟକୁ ନିଶ୍ଚୟ ଛୁଇଁ ପାରିବ ବୋଲି ପୁସ୍ତକର ଉନ୍ମୋଚକ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଛନ୍ତି । (ରଶ୍ମିତା ମହାପାତ୍ର କଟକ ରିପୋର୍ଟ)
No Result
View All Result