No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର) କଳାହାଣ୍ଡି :- ପବିତ୍ର ମକର ସଂକ୍ରାନ୍ତି ପର୍ବ ଅବସରରେ ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମସ୍ଥିତ ଶ୍ରୀ ରାମେଶ୍ୱର ମହାଦେବ ପୀଠରେ ମକରମେଳା ଉତ୍ସବ କୋଭିଡ କଟକଣା ମଧ୍ୟରେ ଉଦଯାପିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ପ୍ରତିବର୍ଷ ପରି ଏଥର ବହୁ ଜନସମାଗମକୁ ଦୃଷ୍ଟିରେ ରଖି ପୂଜା କମିଟି ତରଫରୁ ଷୋଳପ୍ରହର ନାମଯଜ୍ଞକୁ ବାତିଲ କରାଯାଇଥିଲା । ସଂକ୍ରାନ୍ତି ସକାଳୁ ମନ୍ଦିର ପୂଜକ ଚିନ୍ତାମଣି ଥନାପତି, ଲଳିତ ଥନାପତି ଯଥାରିତୀ ରାମେଶ୍ବର ଠାକୁରଙ୍କ ପୂଜନ ପରେ ହରିହର ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା ।
ମହାଦେବଙ୍କ ଚଳନ୍ତି ପ୍ରତିମା ହରଙ୍କ ସହ ଗ୍ରାମର ବିଷ୍ଣୁ ପ୍ରତିମା ହରିଙ୍କ ମିଳନ ପୂର୍ବ ପ୍ରସ୍ତୁତି ହୋଇ ନଗର ପରିକ୍ରମା କରାଯାଇ ଥିଲା । ଏହି ଦିନ ପ୍ରତ୍ୟେକ ଘର ସମ୍ମୁଖରେ ବିମାନରେ ଆସିନ ହୋଇ ଆସିଥିବା ଠାକୁରଙ୍କୁ ବନ୍ଦାପନା କରାଯାଏ । ପୂଜାର୍ଚ୍ଚନା ସମୟରେ ବିଷ୍ଣୁ କର୍ତ୍ତା କୁବେର ରଣା,ଶିବ କର୍ତ୍ତା ବିଘ୍ନରାଜ ଭୋଇ, ଚଣ୍ଡୀ କର୍ତ୍ତା ରୂପେ ରାଘବ ମାଝୀ ଦାୟିତ୍ଵ ତୁଲାଇଥିଲେ । ପୂଜା କମିଟିର ସଭାପତି ଜପରାମ କରୁଆଁ, ସଂପାଦକ ବିଘ୍ନରାଜ ଭୋଇ, ଉପ ସଭାପତି ନିତ୍ୟାନନ୍ଦ ସୁନା, କୋଷାଧ୍ୟକ୍ଷ ଯତିନ ସାହୁ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମକର ମେଳା ପାଳନ ସହ ଉଦଯାପିତ ହୋଇଯାଇଛି। (ରିପୋର୍ଟ କଳାହାଣ୍ଡି ବ୍ୟୁରୋ ଚିଫ ପ୍ରଦୀପ କୁମାର ଗଉଡ)
No Result
View All Result