No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) ଢେଙ୍କାନାଳ :- ଆଜି ପବିତ୍ର ମକର ସଂକ୍ରାନ୍ତି ସୂର୍ଯ୍ୟ ଉପାସନାର ପର୍ବ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବାକୁ ମକର ସଂକ୍ରାନ୍ତି କୁହାଯାଏ ଏବଂ ଆଜିଠାରୁ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରେ ପ୍ରବେଶ କରନ୍ତି । ସୂର୍ଯ୍ୟ ନିକଟକୁ ଆସୁଥିବାରୁ ମକର ସଂକ୍ରାନ୍ତିରେ ତାଙ୍କର ପୂଜା କରାଯାଏ ।
ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ସ୍ମୃତି କରି ଅନ୍ଧକାରରୁ ଆଲୋକ ଆଡ଼କୁ ଯିବା ଲାଗି ଏହି ପର୍ବ ପ୍ରେରଣା ପ୍ରଦାନ କରିଥାଏ । ଏହି ଅବସରରେ ଆଜି ସହର ଉପକଣ୍ଠ କଣ୍ଟେଇ କୋଳିଆ ସ୍ଥିତ କଳ୍ପତରୁ ବାୟାବାବା ସେବାଶ୍ରମ ପରିସରରେ ମକର ଉତ୍ସବ ପାଳିତ ହୋଇଯାଇଅଛି । ଏହା ତିନି ଦିନ ଧରି ଚାଲୁ ରହିବ ।
ବାବାଜୀ ମୁରାରୀ ଦାସଙ୍କ ଦ୍ବାରା ବିଧିବଦ୍ଧ ପୂଜାର୍ଚ୍ଚନା , ଭାଗବତ ପାଠ ଓ ରାସଲୀଳା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରି ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ କରିବା ସହ ପରିବେଶକୁ ଉତ୍ସବ ମୁଖର କରିଥିଲେ ଏବଂ ବହୁ ଭକ୍ତଗଣ ଉତ୍ସବରେ ଯୋଗଦାନ କରି ପ୍ରଭୁକୃପା ଲାଭ କରିଥିଲେ । ( ରିପୋର୍ଟ – ଅମର ରଞ୍ଜନ ଦାସ )
No Result
View All Result