No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) ହିଞ୍ଜିଳିକାଟୁ :- ଗତ ୧୧ ତାରିଖ ଠାରୁ ତ୍ରିଦନାତ୍ମକ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ଯୁବ ସପ୍ତାହ ଦିବସ ବୁଧବାର ଉଦଯାପିତ ହୋଇଯାଇଛି । ନେହୁରୁ ଯୁବ କେନ୍ଦ୍ର ସଂଗଠନ, ବ୍ରହ୍ମପୁର ଓ ସ୍ଥାନୀୟ ବ୍ଳକ ରାଳବ ଗ୍ରାମ ସାହାର୍ଯ୍ୟପ୍ରାପ୍ତ ପାଠାଗାରର ମିଳିତ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ବ୍ଳକ ରାଳବ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଦିବସର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା । ଉଦଯାପନି ଦିବସର ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରାମ ସେଠି ଓ ମୁଖ୍ୟ ବକ୍ତା ଭାବେ ଆଙ୍କଶପୁର ସଞ୍ଜୟ ସ୍ମାରକୀ ବୈଷୟିକ
ଶିକ୍ଷାନୁଷ୍ଠାନର ରାସାୟନିକ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ରମେଶ ଚନ୍ଦ୍ର ପରିଡ଼ା ମଂଚାସିନ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ ୩୦ଜଣ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନ ପକ୍ଷରୁ ସଂପୃକ୍ତ ଗ୍ରାମର ୯ଜଣ ମେଧାବି ଶିକ୍ଷାର୍ଥୀ ଓ ଗଞ୍ଜାମ ଜିଲ୍ଲା ଲୋକ ନାଟ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସଂପୃକ୍ତ ଗ୍ରାମର ବାଉରୀ ବନ୍ଧୁ ଦଳାଇ ଓ ସଦାନନ୍ଦ ପରିଡ଼ାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ନିଳା ଭଉଳ ଓ ଲକ୍ଷ୍ମୀ ପ୍ରତିମା ଦଳାଇ ପରିଚାଳନା କରିଥିବା ବେଳେ ନେହୁରୁ ଯୁବ କେନ୍ଦ୍ର ସଂଗଠନ, ବ୍ରହ୍ମପୁରର କର୍ମକର୍ତା ପରିଚାଳନାରେ ସହଯୋଗ କରିଥିଲେ । ( ରିପୋର୍ଟ ସୁଶାନ୍ତ ପ୍ରଧାନ )
No Result
View All Result