No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) ଗଜପତି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଡପଦା ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ରାଜ୍ୟ କାୟା କଳ୍ପ ଦଳ ବୁଧବାର ପରିଦର୍ଶନ ରେ ଆସିଥିଲେ |ସେମାନଙ୍କୁ ଆଞ୍ଚଳିକ ନୃତ୍ୟ ସହ କର୍ମ ଚାରି ଫୁଲ ତୋଡା ଦେଇ ସ୍ୱାଗତ ଜଣାଇ ଥିଲେ | ଏହା ପରେ ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିବେଶ, ପରିଛନତା, ରୋଗୀ ଗୃହ ,ଗର୍ଭବତୀ ଗୃହ, ଓଷଧ କେନ୍ଦ୍ର, ରକ୍ତ ନମୁନା କେନ୍ଦ୍ର, ସୌଚାଳୟ, ଫୁଲ ବଗିଚା ସମେତ ମେଡିକାଲ ର ଚାରି ପାର୍ଷ ବୁଲି ତଦାରଖ କରିଥିଲେ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ପରି ଚାଳନା ବିଷୟରେ ବୁଝିଥିଲେ |
ତଦାରଖ ଦାୟିତ୍ୱ ରେ ଆସିଥିବା ଦଳରେ ଡାକ୍ତର ସଞ୍ଜୁ ଦାସ ଯେ ( ଡି ହେଚ.ଏସ) , ସୌମ୍ୟଶ୍ରୀ ମହାପାତ୍ର କନ୍ସଲଟେନ୍ସ (ଏମ.ହେଚ) ଏବଂ ଚକ୍ରଧର ସାହୁ କନ୍ସଲଟେନ୍ସ (ସି.ଫୋର.ଡି) | ସ୍ୱାସ୍ଥ୍ୟ କେନ୍ଦ୍ର ବର୍ତମାନ ପରିବେଶ, ଚାରି ପାର୍ସ ପରିଷ୍କାର ପରିଚ୍ଛନତା ଥିବା,ଜୀବାଣୁ ଶୂନ୍ୟ ଏବଂ ରିଚାଳନା ନେଇ ଡାକ୍ତର ସଞ୍ଜୁ ଦାସ ସନ୍ତୋଷ ପ୍ରକାଶ କରିଥିଲେ | ଏହି ସମସ୍ତ କାର୍ଯ୍ୟରେ ଦାୟିତ୍ୱ ରେ ଥିବା ଡାକ୍ତର ନିବେଦିତା ସାହୁ ଏବଂ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ସାହୁ ତଦାରଖ ବେଳେ ଉପସ୍ଥିତ ଥିଲେ l (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result