No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) କୋଦଳା :- ଗୁରୁବାର କୋଦଳା ଠାରେ କୋଦଳା କ୍ରିକେଟ ପ୍ରିମୀୟର ଲିଗ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହିଳା ସଭାନେତ୍ରୀ ଶ୍ରୀମତୀ ସୁଜତା ପ୍ରଧାନ , କୋଦଳା ଥାନା ଏସଆଇ ଅନିଲ କୁମାର ସାହୁ ଏବଂ କେଦାର ନାୟକ ଯୋଗ ଦେଇ କୋଭିଡ ନିୟମକୁ ମାନି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଚାରୋଟି ଟିମ୍ ଖେଳିବାକୁ ମନୋନୀତ ହୋଇଥିବା ବେଳେ ପ୍ରଥମ ଦିନ ବାଲିଢ଼ାବା ଟିମ୍
ସହ ମାହି XI6 ମ୍ୟାଚ ସମ୍ପର୍ଣ୍ଣ ହୋଇଛି । ଆଜି ଏହି ମ୍ୟାଚ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଗହଳି ହୋଇଥିଲେ । ଏଥିସହ ଖେଳରେ ଶାନ୍ତି ଶୃଙ୍ଖଳାର ସହିତ କରୋନା କଟକଣା ନିୟମକୁ ଅବଲମ୍ବନ କରି ଖେଳାଳି ମାନେ କିଭଳି ଖେଳିବେ ଓ ଦର୍ଶକ ନିୟମ ମାନି ରହିବେ ସେ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । କିଭଳି ଖେଳ ସୁରୁଖୁରୁରେ ହେବ ଏ ନେଇ ପରିଚାଳନା କମିଟି ସତର୍କ ରହି ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result