No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) ଢେଙ୍କାନାଳ :- ଆଜି ଜିଲ୍ଲା ସ୍ଥାନୀୟ ବ୍ୟାସକବି ସ୍ମୃତି ସଦନ ଠାରେ ଭାଷା ଆନ୍ଦୋଳନର ସାର୍ଥକ ସେନାପତି ବ୍ୟାସକବି ଫକୀରମୋହନ ସେନାପତିଙ୍କର ୧୭୯ ତମ ଜନ୍ମ ତିଥି ପାଳିତ ହୋଇଯାଇଅଛି । ଏଥିରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ଲୋପ ପାଇଯାଉଥିବା ସମୟରେ ଏହାର ପୁନରୁଦ୍ଧାର ନିମନ୍ତେ ବ୍ୟାସକବି ଫକୀରମୋହନଙ୍କ ଅବଦାନ ଓଡ଼ିଆ ଜାତି ପାଇଁ ଚିର ଅବିସ୍ମରଣୀୟ । ରେବତୀ, ଛଅ ମାଣ ଆଠଗୁଣ୍ଠ, ଡାକ ମୁନିସ ଆଦି ଗଳ୍ପ ମାଧ୍ୟମରେ ଗ୍ରାମ୍ୟ ଜୀବନରେ ସଂସ୍କାର ଆଣିବାକୁ ଉଦ୍ୟମ କରି ସେ ସଫଳ ହୋଇପାରିଛନ୍ତି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତିି ଏବଂ ଓଡ଼ିଶା ଭାଷା ସାହିତ୍ୟର ସମୃଦ୍ଧି ଦିଗରେ ତାଙ୍କର ବଳିଷ୍ଠ ଉଦ୍ୟମକୁ ସାକାର କରିବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ।
ଏହି ଉତ୍ସବରେ ଜିଲ୍ଲା ଲେଖକ ସଂସଦର ସଭାପତି ଭିକାରୀ ଚରଣ ରାଉତ ଓଡ଼ିଆ ଭାଷା ସାହିତ୍ୟର କର୍ଣ୍ଣଧାରା ବ୍ୟାସକବି ଫକୀରମୋହନ ସେନାପତିଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିମାନେ ଫକୀରମୋହନ ସେନାପତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ଵାଇଁ, ଜିଲ୍ଲା ଲେଖକ ସଂସଦର ସଂପାଦକ ବସନ୍ତ କୁମାର ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ସଂଯୋଜକ ଅବନୀ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅପରାହ୍ନରେ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ସଭାପତି ଭିକାରୀ ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏବଂ ଜିଲ୍ଲାର ବହୁ ସଂଖ୍ୟକ କବି,ଲେଖକ ଓ ସାହିତ୍ୟିକ ଯୋଗଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଛନ୍ତି । ( ରିପୋର୍ଟ – ଅମର ରଞ୍ଜନ ଦାସ )
No Result
View All Result