No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) କଟକ :- କଟକ ସଦର ବ୍ଲକ ଉରାଳୀ ପଞ୍ଚାୟତର ତେଲଙ୍ଗାପେଣ୍ଠ ନିକଟସ୍ଥ ,ନଛିପୁର ବଢ଼େଇସାହି ଗ୍ରାମର ପ୍ରସିଦ୍ଧ ବାବା ଗୋଦାବରୀଙ୍କ ପୀଠରେ ସପ୍ତଦଶ ବାର୍ଷିକ ବିଶ୍ୱ ଶାନ୍ତି ମହାଯଞ କୋଭିଡ଼ ନିୟମ ଅନୁଯାୟୀ , ଗୁରୁବାର ମକରସଂକ୍ରାନ୍ତିରୁ ଆରମ୍ଭ ହୋଇଛି । ଏହା ରବିବାର ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବ । ରବିବାର ସନ୍ଧ୍ୟାରେ ଯଞ୍ଜର ପୂର୍ଣ୍ଣ।ହୁତି କରାଯାଇ ଯଞ୍ କାର୍ଯ୍ୟ ଶେଷ ହେବ ।
ଏଥିପାଇଁ ଗ୍ରାମର ବିବାହିତ ମହିଳା ପୁରୁଷ ମାନେ ବାଲିସାହି ନିକଟସ୍ଥ ଶିଢୁଆ ନଦୀରୁ ପାଣି ଉଠାଇଥିଲେ । ପୂଜା ପାଠ ପରେ ମହିଳା ଏବଂ ପୁରୁଷ ମାନେ ଦୀର୍ଘ ତିନି କିଲୋମିଟର ରାସ୍ତା ଚାଲିଚାଲି ଆସି ବାବା ଗୋଦାବରୀ ଙ୍କ ପୀଠରେ ପହଞ୍ଚିଥିଲେ । ଗୁରୁବାର କଳସ ସ୍ଥାପନ ଆରମ୍ଭ ହୋଇଛି ।
ଏହି କଳସ ଶୋଭା ଯାତ୍ରାର ନେତୃତ୍ବ ନେଇଥିଲେ ବଢ଼େଇସାହି ଗ୍ରାମ୍ୟ କମିଟିର ସଭାପତି ବାବାଜୀ ମୁଦୁଲି, ବିଚିତ୍ରା ନନ୍ଦ ମହାରଣା, ଆନନ୍ଦ ପାଲ , ସଞ୍ଜୟ ଖୁଣ୍ଟିଆ, ଅଜୟ ରଣା,ସଞ୍ଜୟ ମୁଦୁଲି ପ୍ରମୁଖ ଗ୍ରାମର ଲୋକମାନେ । (କଟକରୁ ଅମୂଲ୍ୟ କୁମାର ବାରିକ ଙ୍କ ରିପୋର୍ଟ)
No Result
View All Result