ଓଡିଶା ତାଜା ନିୟୁଜ (୧୪ ଜାନୁୟାରୀ ଗୁରୁବାର ) କଟକ :- ରାଷ୍ଟ୍ରୀ ମର୍ଯ୍ୟାଦା ସହ ଆଜି କଟକର କାଳିଆବୋଦା ଶ୍ମଶାନରେ ଶେଷ ହୋଇଛି ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କର ମର ଶରୀର । ତାଙ୍କ ବାସଭଵନରୁ ମର ଶରୀର କୁ କାଳିଆବୋଦା ଶ୍ମଶାନକୁ ଅଣାଗଲାବେଳେ ଶହଶହ ଲୋକ ତାଙ୍କ ମରଶରୀର ଉପରେ ପୁଷ୍ପ ଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାଳିଆବୋଦା ଶ୍ମଶାନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଡିସିପି ପ୍ରତିକ ସିଂ, କଟକ-ଚୌଦ୍ୱାର ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ବହୁତ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ମର ଶରୀର ରେ ପୁଷ୍ପ ମାଲ୍ୟ ଦେଇ

ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବୁଧବାର ଅପରାହ୍ନ ସାଢ଼େ ୪ ଟା ସମୟରେ କଟକ ବଡ଼ ଡ଼କ୍ତରଖାନାରେ ବ୍ରେନ ଷ୍ଟୋକରେ ତାଙ୍କର ପରଲୋକ ହୋଇଥିଲା । ପରଲୋକ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ଗତ ଡିସେମ୍ବର ୨୫ ତାରିଖରେ ଅସୁସ୍ଥ ହୋଇ କଟକ ବଡ ଡାକ୍ତର ଖାନାର କୋଭିଡ଼ ହସପିଟାଲ – ୨-ରେ ଚିକିତ୍ସିତ ହେଉଥିଲେ ଡି ପ୍ରକାଶ ରାଓ । ତାଙ୍କ ମୃତ୍ୟୁ ଖବର ଶୁଣିବା କ୍ଷଣି କଟକର ବୁଦ୍ଧିଜିବୀ ମହଲରେ ଶୋକର ଛାୟା ଖେଳିଯାଇଥିଲା। ସେହି ପରି ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ

ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଡି ପ୍ରକାଶ ରାଓ କଟକ ସହରରେ ଚାହା ଦୋକାନ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ସେ ଚା ଦୋକାନରୁ ତାଙ୍କର ଲାଭାଂଶ ଅର୍ଥରୁ ବସ୍ତି ପିଲାମାନଙ୍କୁ ପାଠ ପଢ଼ିଇବା ସହିତ , ବସ୍ତି ପିଲାମାନଙ୍କ ପାଇଁ ଏକ ସ୍କୁଲ ଖୋଲିଥିଲେ । ପଦ୍ମଶ୍ରୀ ଡି ପ୍ରକାଶ ରାଓ ସବୁବେଳେ କଟକ ବଡ଼ ଡାକ୍ତରଖାନାକୁ ଆସି ଅସହାୟ ଗରିବ ଲୋକ ମାନଙ୍କୁ ସହାୟତା ଏବଂ ସହଯୋଗ କରୁଥିଲେ । ମାନବ ସେବା ହିଁ ମାଧବ ସେବା ବୋଲି ସେ ସବୁବେଳେ କହିଆସୁଥିଲେ । ( କଟକରୁ ଅମୂଲ୍ୟ କୁମାର ବାରିକଙ୍କ – ରିପୋର୍ଟ)













