No Result
View All Result

ଓଡିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଗୁରୁବାର ) କଟକ :- ଶୀତ ବସ୍ତ୍ର ଖଣ୍ଡେ ନଥିବାରୁ ଅସହାୟ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସଂପୃକ୍ତ ଅସହାୟ ବୃଦ୍ଧ ବୃଦ୍ଧା ମାନେ ଶୀତରେ ପଦାକୁ ବାହାରି ନପାରି ଭାଗ୍ୟକୁ ଆଦରି ନିଜ ଘରେ ଚିରାଫଟା ଲୁଗା ଘୋଡ଼ାଇ ହୋଇ ରହୁଛନ୍ତି । ଏମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଟିକେ ଲାଘବ କରିବା ପାଇଁ, ରବିବାର ଦିନ କଟକ ଜିଲ୍ଲା ବାରଙ୍ଗ ବ୍ଲକ , ହରିଅନ୍ତା

ପଞ୍ଚାୟତ ଅନ୍ଧୋଟି ଗ୍ରାମର ମହାନ୍ତି ବ୍ରଦର୍ସ ର କେତେକ କର୍ମକର୍ତ୍ତା ସହଯୋଗର ହାତ ବଢ଼ାଇଛି । ଏହି ଅନୁଷ୍ଠାନର ସଦସ୍ୟ ମାନେ ହରିଅନ୍ତା ପଞ୍ଚାୟତର ଅନ୍ଧୋଟି, ହରିଅନ୍ତା, ମହୁରା, ଭୂଆଁଳ, ଉଲାର, ରାହୁରା, ଖନ୍ଦୋଳ, ଖଲୋର ଆଦି ଗ୍ରାମର ଅସହାୟ ଗରିବ ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଶୀତବସ୍ତ୍ର କମଳ ପ୍ରଦାନ କରିଛନ୍ତି ।

ମହାନ୍ତି ବ୍ରଦର୍ସର କର୍ମକର୍ତ୍ତାଙ୍କ କାର୍ଯ୍ୟକ୍ରମ କୁ ସାଧାରଣରେ ପ୍ରଶଂସା କରାଯାଇଛି । ସମାଜସେବୀ ଅଶୋକ ମହାନ୍ତି, ସିପିଆଇ ନେତା ତପନ କୁମାର ସ୍ୱାଇଁ , ଅଶ୍ୱିନୀ ମହାନ୍ତି , ବୈଦନାଥ ଜେନା ,କାଳନ୍ଦି ନାୟକ, ପ୍ରଶନ ବେହେରା, ଯୁଧିଷ୍ଠିର ପ୍ରଧାନ ପ୍ରମୁଖ ହରିଅନ୍ତା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ବୃଦ୍ଧ ଵୃଦ୍ଧାଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ( ରିପୋର୍ଟ – ଅମୂଲ୍ୟ କୁମାର ବାରିକ )
No Result
View All Result