No Result
View All Result
ଓଡିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ବୁଧବାର ) ଦିଗପହଣ୍ଡି :- ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ସମସ୍ତ କାର୍ଯ୍ୟ କର୍ତ୍ତା ଏବଂ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ସେହିପରି ସୋମବାର ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସମ୍ପାଦକ ଅଶେଷ ନାଥ ମିଶ୍ର ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ସଂଘ ସଭାପତି ପରେଶ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ ।
ସଂଘର ବିବିଧ ସମସ୍ୟା ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଦିଗପହଣ୍ଡି ଠାରେ ସବ ଜଜ୍ କୋର୍ଟ ପ୍ରତିଷ୍ଠା ନିମନ୍ତେ ଓକିଲ ସଙ୍ଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସଂଘର ଉପସଭାପତି ରଞ୍ଜନ କୁମାର ବେହେରା, ସହ ସମ୍ପାଦକ ଗିରିଜା ନନ୍ଦନ ମେକାପ, କୋଷାଧ୍ୟକ୍ଷ ମନୋରଞ୍ଜନ ପଣ୍ଡା ଙ୍କ ସମେତ ସଂଘର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result