ଓଡିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ବୁଧବାର ) ଛତ୍ରପୁର :- ମହିଳାଙ୍କୁ ସୁରକ୍ଷା ଓ ସହାୟତା ନିମନ୍ତେ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏହିକ୍ରମରେ ନିର୍ଭୟା ଯୋଜନାରେ ରାଜ୍ୟ ପୋଲିସକୁ ୫ ଶହ ସ୍କୁଟି ଯୋଗାଇ ଦିଆଯାଇଛି । ଯଦି କେହି ମହିଳା ରାସ୍ତାରେ ଯିବା ବେଳେ ଅସୁରକ୍ଷିତ ମନେ କରନ୍ତି , ସେମାନେ ପୋଲିସକୁ ଯୋଗାଯୋଗ କଲେ ମହିଳା ପୋଲିସ କର୍ମଚାରୀ ସଙ୍ଗେ ସଙ୍ଗେ ସ୍କୁଟିରେ ଯାଇ ସେଠାରେ ପହଞ୍ଚିବେ । ଗଞ୍ଜାମ ଜିଲାରେ ପୋଲିସକୁ ୩୨ ସ୍କୁଟି ଦିଆଯାଇଛି । ସେଥିମଧ୍ୟରୁ ବ୍ରହ୍ମପୁର ପୋଲିସ ଜିଲାକୁ ୧୧ ଓ ଗଞ୍ଜାମ ପୋଲିସ ଜିଲାକୁ ୨୧ଟି ସ୍କୁଟି ଆସିଛି । ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହିରୋ ମୋଟର୍ସର ଜଣେ କର୍ମଚାରୀ ୧୧ଟି ସ୍କୁଟି ଏସ୍ପି ପିନାକ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ । ସହର ଓ ଗ୍ରାମାଞ୍ଚଳ ରେ ଥିବା ପ୍ରତ୍ୟେକ ଥାନାକୁ ଗୋଟିଏ ଗୋଟିଏ ସ୍କୁଟି ଦିଆଯିବ